ମୟୂରଭଞ୍ଜରେ ୮୬୧ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବାରିପଦା, (ସବ୍ୟୁ) : ଅଗଷ୍ଟ ୮:ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଶନିବାର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୧କୁ ଛୁଇଁଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ୩୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩୦ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବାବେଳେ ୯ଜଣ କ୍ୱାରେଣ୍ଟଇନ୍ କେନ୍ଦ୍ରରେ ରହୁଥିବା ଜଣାଯାଇଛି । ଚିହ୍ନଟ ହେଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣ ବାରିପଦା ପୌରାଞ୍ଚଳ, ୫ଜଣ ଲେଖାଏଁ ବହଳଦା, ଯଶିପୁର ଓ ଶୁକୃଳି ବ୍ଲକର, ୪ଜଣ ଲେଖାଏଁ କପ୍ତିପଦା ଓ ଠାକୁରମୁଣ୍ଡା ବ୍ଲକର, ୨ଜଣ ବିଜାତଳା ବ୍ଲକର ଏବଂ ମୋରଡା, ବାଙ୍ଗିରିପୋଷି, ଶୁଳିଆପଦା,ବାରିପଦା ଓ ବଡସାହି ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଚଳିତ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲାରେ ହୁ ହୁ ହୋଇ କରୋନା ପଜିଟିଭ୍ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀମାନେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Comments are closed.