ମୋଷ୍ଟ୍‌ ହ୍ୟାଣ୍ଡସମ୍‌ ମ୍ୟାନ୍‌

ଦିଲ୍ଲୀ: ଜୁଲାଇ ୨୨: ସାଉଥ୍‌ ସୁପରଷ୍ଟାର ପ୍ରଭାସ କେବଳ ତାଙ୍କ ଆକଫି ପାଇଁ ନୁହେଁ ବରଂ ଗୁଡ୍‌ ଲୁକିଂ ପାଇଁ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଆକର୍ଷକ ଚେହେରାକୁ ଦୃଷ୍ଟିରେ ରଖି ପ୍ରଭାସ ଏସିଆର ସବୁଠୁ ସୁନ୍ଦର ପୁରୁଷ ଭାବେ ବିବେଚନା ହୋଇଛନ୍ତି । ଫ୍ୟାନ୍ସିଓzା ନାମକ ଏକ ଲୋକପ୍ରିୟ େୱବସାଇଟ୍‌ ପକ୍ଷରୁ ପ୍ରକାଶିତ ହୋଇଥିବା ଏସିଆନ୍‌ ୨୦୨୧ ମୋଷ୍ଟ୍‌ ହ୍ୟାଣ୍ଡସମ୍‌ ମ୍ୟାନରେ ପ୍ରଭାସ ଶୀର୍ଷରେ ଅଛନ୍ତି । ଯେଉଁଥିìପାଇଁ ପ୍ରଭାସଙ୍କ ଫ୍ୟାନମାନେ ଉତ୍ସାହିତ ଅଛନ୍ତି । ମେଗାହିଟ୍‌ ଫିଲ୍ମ ବାହୁବଳି ସିରିଜ୍‌ ଯୋଗୁଁ ସେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।
ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଫିଲ୍ମ ବାହୁବଳିର ସଫଳତା ପରେ ପ୍ରଭାସଙ୍କ ପାଇଁ ୬ ହଜାରରୁ ଅଧିକ ଯୁବତୀ ବିବାହ ପ୍ରସ୍ତାବ ଆଣିଥିଲେ । ନିକଟରେ ଫିଲ୍ମ ବାହୁବଳି-ଦ ବିଗିନିଙ୍ଗ୍‌ର ରିଲିଜ୍‌କୁ ୬ ବର୍ଷ ପୂରଣ ହୋଇଛି । କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏହି ଫିଲ୍ମକୁ ସମସ୍ତେ ପ୍ରଶଂସା କରିଥିଲେ । କେବଳ ସେତିକି ନୁହେଁ ୬ ବର୍ଷ ପରେ ଆଜି ବି ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକମାନେ ପସନ୍ଦ କରୁଛନ୍ତି ।

Comments are closed.