ମୋଦିସରକାର : ଦ୍ୱିତୀୟ ପାଳିର ପ୍ରଥମ ବର୍ଷ: ହିସାବ ଦେବେ ଶାହା

ଭୁନେଶ୍ୱର : ଜୁନ ୭:କେନ୍ଦ୍ରରେ ବିଜେପି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ କରଯାଇଥିବା ଜନତା ସମ୍ବାଦ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କରୋନା ସଂକ୍ରମଣ ଯୋଗୁଁ ଡିଜିଟାଲ ପ୍ଲାଟଫର୍ମ (ଭିଡିଓ କନ୍‌ଫରେନ୍‌୍‌ସିଂ) ଜରିଆରେ ଶ୍ରୀ ଶାହା ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ । ଗତ ନିର୍ବାଚନ ସମୟରେ ବେଳେ ଦଳ ଦେଇଥିବା ପ୍ରତିଶୃତିକୁ କେନ୍ଦ୍ରସରକାର କେତେଦୁର ପାଳନ କରିଛନ୍ତି ତାର ହିସାବ କିତାବ ଦେବେ । ଏଥିପାଇଁ ଓଡିଶା ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ଓ ଯେଭଳି ସାଧାରଣ ଜନତା ଓ ଦଳର ନେତୃବୃନ୍ଦ ସୁବିଧାରେ ଶାହାଙ୍କ ଭାଷଣ ଶୁଣିପାରିବେ ଓ ତାଙ୍କ ସହ ମତବିନିମୟ କରିପାରିବେ ସେଥିପାଇଁ ଫେସ୍‌ବୁକ୍‌ ଲାଇଭ, ୟୁଟୁ୍ୟବ୍‌ ଲିଙ୍କ୍‌ ବ୍ୟବସ୍ଥା ହୋଇଛି । ଏହା ମାଧ୍ୟମରେ ସେମାନେ ଶ୍ରୀ ଶାହାଙ୍କ ସହ ପ୍ରତ୍ୟେକ୍ଷ ସମ୍ପର୍କରେ ରହିପାରିବେ । କାର୍ଯ୍ୟକ୍ରମ ସମୟରେ ଶ୍ରୀ ଶାହାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ଦିଲ୍ଲୀରେ ଉପସ୍ଥିତ ରହିବାକୁ ଥିଲାବେଳେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ବରିଷ୍ଠ ନେତାମାନେ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏମାନଙ୍କୁ ଗୋଟିଏ ଲିଙ୍କ୍‌ ଦିଆଯିବ ଓ ଏହି ଲିଙ୍କ୍‌ ଜରିଆରେ ସେମାନେ ଶ୍ରୀ ଶାହାଙ୍କ ସହିତ ମତବିନିୟମ କରିିବେ । ସେହିପରି ସାଧାରଣ ଜନତାଙ୍କ ପାଇଁ ୟୁଟୁ୍ୟବ୍‌ ଲିଙ୍କ୍‌ ଦିଆଯାଇଛି । ଓଡିଶା ବିଜେପି ୪ଇଣ୍ଡିଆ, ବିଜେପି ୪ଓଡିଶା ଲିଙ୍କ ଦେଇ ସେମାନେ କାର୍ଯ୍ୟକ୍ରମ ଦେଖିପାରିବେ । ସେହିପରି ଜିଲ୍ଲା ଓ ମଣ୍ଡଳସ୍ତରରେ ଥିବା କାର୍ଯ୍ୟକର୍ତ୍ତାମାନେ ନିଜନିଜ ଘରେ ରହି କାର୍ଯ୍ୟକ୍ରମ ଦେଖବାପାଇଁ ଓ ଆବଶ୍ୟକସ୍ଥରେ ଶ୍ରୀ ଶାହାଙ୍କ ସହ ମତବିନିମୟ କରିବା ପାଇଁ ଦଳ ପକ୍ଷରୁ କୁହାଯାଇଛି ।

Comments are closed.