ମୋଦିଙ୍କ ପ୍ୟାକେଜ: କାଲି କହିଲେ ଆଜି ଦେଲେ ୫ଶହ କୋଟି

Edited by Papu Mohanty

ଭୁବନେଶ୍ୱର:ମେ ୨୩:ଶୁକ୍ରବାର ଘୋଷଣା ଆଉ ଆଜି ମିଳିଲା ସହାୟତା । ଏହା କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ପ୍ରଧାନମନ୍ତ୍ରୀ ଅମ୍ଫାନ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ ଓ ପରେ ୫୦୦ କୋଟି ଟଙ୍କାର ଅଗ୍ରିମ ସହାୟତା ପାଇଁ ଘୋଷଣା କରିଥିଲେ । ଘୋଷଣା ଠିକ୍‌ ୨୪ଘଣ୍ଟା ପରେ କେନ୍ଦ୍ର ସରକାର ଏହି ୫୦୦କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରିଛନ୍ତି । ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତକାଲି ପ୍ରଧାନମନ୍ତ୍ରୀ ଓଡିଶା ଆସି ପ୍ରଭାବିତ ଅଞ୍ଚଳ ବୁଲିଦେଖିଥିଲେ । ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରି କ୍ଷତିଗ୍ରସ୍ତ ଜିଲ୍ଲାର ପୁନରୁଦ୍ଧାର ପାଇଁ ଆଉ ସ୍ଥିତିର ସୁଧାର ଆଣିବାକୁ କାଲି ପ୍ରଧାନମନ୍ତ୍ରୀ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ସେହିପରି ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଓଡିଶା ଛାଡିବାର ୨୪ ଘଣ୍ଟା ଭିତରେ ଘୋଷଣା କରିଥିବା ପ୍ୟାକେଜର ଟଙ୍କା ରାଜ୍ୟସରକାରଙ୍କୁ ପଠାଇଛନ୍ତି ।

Comments are closed.