ମେଲବର୍ଣ୍ଣଠାରେ ହେବ ଇଣ୍ଟିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌

ଭୁବନେଶ୍ୱର: ଅଗଷ୍ଟ ୫: ମେଲବର୍ଣ୍ଣଠାରେ ଭାରତୀୟ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଏମ୍‌) ୨୦୨୧ ପାଳନ ହେବ । ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଅଭିନେତ୍ରୀ ବିଦ୍ୟାବଲାନ୍‌ଙ୍କ ଅଭିନିତ ଫିଲ୍ମ ‘ସେରନୀ’, ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲୁଡୋ’, ଦକ୍ଷିଣ ଭାରତୀୟ ଲୋକପ୍ରିୟ ଫିଲ୍ମ ଅଭିନେତା ସୁରୟାଙ୍କ ଅଭିନୀତ ତାମିଲ ଫିଲ୍ମ ‘ସୋରାରାଇ ପୋଟ୍ଟରୁ’ ଏବଂ ‘ଗଡ୍‌ ଅନ୍‌ ଦ ବାଲକୋନୀ’ ମନୋନୀତ ହୋଇଛି । ଆସନ୍ତା ଅଗଷ୍ଟ ୨୦ ତାରିଖରେ ଏହି ଫିଲ୍ମ ଇଭେଣ୍ଟ ଅନୁଷ୍ଠିତ ହେବ ।
ଅଷ୍ଟ୍ରେଲିଆର ଭିକେଫାରିଆ ସରକାରଙ୍କ ଦ୍ୱାରା ଏହି ଉତ୍ସବ ପାଳିତ ହେବ । ମେଲବର୍ଣ୍ଣଠାରେ ଅନୁଷ୍ଠିତ ହେଉଥିବା ଚଳିତ ବର୍ଷର ଏହି ଉତ୍ସବ ହେଉଛି ଦ୍ୱାଦଶ ସଂସ୍କରଣ (୧୨-ଏଡିସନ୍‌) । ତିନୋଟି ଶ୍ରେଣୀକୁ ନଜରରେ ରଖି ପୁରସ୍କାର ପ୍ରଦର୍ଶନ କରାଯିବାର ଆୟୋଜନ ହୋଇଛି । ସେହି ଶ୍ରେଣୀଗୁଡ଼ିକ ହେଲା-ବେଷ୍ଟ ଆକଫର ଓ ଆକେଫ୍ରସ୍‌, ବେଷ୍ଟ ସିରିଜ୍‌ ଓ ବେଷ୍ଟ ପରଫର୍‌ମାନ୍ସ ।
ସେହିପରି ବେଷ୍ଟ ଡକୁମେଣ୍ଟାରୀ ଫିଚର୍‌ ଫିଲ୍ମ ପାଇଁ ‘ସଟ୍‌ ଅଫ ସୋନା’, ‘ଡବ୍ଲì୍ୟ.ଓ.ଏମ୍‌.ବି’ ଏବଂ ‘ଏବାଉଟ୍‌ ମୁନ୍ନା’ ଚୟନ ହୋଇଛି ।
ଅଷ୍ଟ୍ରେଲିଆ ଫିଲ୍ମ ତରଫରୁ ଶ୍ରେଷ୍ଠ ଏସୀୟ ଚଳଚ୍ଚିତ୍ରକୁ ‘ଅଷ୍ଟ୍ରୋଲିଆ ଏକାଡେମୀ ଅଫ୍‌ ସିନେମା ଆଣ୍ଡ ଟେଲିଭିଜନ ଆର୍ଟସ ଆୱାର୍ଡ’ (ଏଏସିଟିଏ) ପ୍ରଦାନ କରାଯିବ । ତେବେ ଏହି ସମ୍ମାନୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଫିଲ୍ମଗୁଡ଼ିକ ହେଲା-ମାଲାୟାଲାମ ଫିଲ୍ମ ‘କାୟାଟାମ’, ‘ଲୁଟ୍‌ କେସ୍‌’, ‘ଲୁଡୋ’, ‘ସେରନୀ’, ‘ସୋରାରାଇ ପୋଟ୍ଟରୁ’ ଏବଂ ‘ତାସେର ଘାୱର’ ।
ବେଷ୍ଟ ଇଣ୍ଡିଆନ ଫିଲ୍ମ ପାଇଁ ମନୋନୀତ ହୋଇଥିବା ଫିଲ୍ମ- ‘ଗଡ ଇନ୍‌ ଦ ବାଲକୋନୀ’, ‘ଲୈଲା ଔର ସତ୍‌ ଗୀତ୍‌-ଗୋଜରି’, ‘ନସିର’, ‘ପିଙ୍କି ଏଲି?’, ‘ସେଥଥୁମାନ’, ‘ସ୍ଥଲପୁରାଣ’ ଏବଂ ‘ଦ ଗ୍ରେଟ୍‌ ଇଣ୍ଡିଆନ କିଚେନ୍‌’ ।
ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ରାଜକୁମାର ରାଓ, ସୁରୟା, ପଙ୍କଜ ତ୍ରିପାଠୀ, ନୀଲ ଦେଶମୁଖ, କୌମାରାନ ଭାଲାଭାନ, ଜିତିନ ପୁଥାନଚେରୀ, ହରିଶ ଖାନ୍ନା ଏବଂ ବେଞ୍ଜାମିନ ଦାଇମାରୀ ମନୋନୀତ ହୋଇଛନ୍ତି । ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ବିଦ୍ୟା ବଲାନ, ରଶିକା ଦୁଗଲ, ସ୍ୱସ୍ତିକା ମୁଖାର୍ଜୀ, କାନ କୁସରୁତି ଏବଂ ରିମା କଲିଙ୍ଗା ମନୋନୀତ ହୋଇଛନ୍ତି ।

Comments are closed.