ମୂଷା ଗାତରେ ମଣିଷ

0

ଦିଲ୍ଲୀ: ଅଗଷ୍ଟ ୨୭: ଇରାନ୍‌ରେ ‘କନ୍ଦୋବନ’ ଗାଁରେ ରହିଛି ଏହି ଅଜବ ଗ୍ରାମ । ଯେଉଁଠି ଘରର ଡିଜାଇନ୍‌ ମୂଷା ଗାତ ପରି । ଅନେକ ବର୍ଷଧରି ଲୋକମାନେ ଏଠାରେ ଏଭଳି ଘରେ ରହୁଛନ୍ତି, ଯାହା ଦେଖିବାକୁ ଅବିକଳ ମୂଷା ଗାତଭଳି । ଏହି ଡିଜାଇନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ତେବେ ଏହି ଘର ଏକ ପରମ୍ପରାର ଅଂଶ । ଏହି ଘରଗୁଡିକ ଦେଖିବାକୁ ସିନା ଛୋଟ ହେଲେ ଏହା ରହିବାକୁ ଖୁବ୍‌ ଆରାମ ଦାୟକ । ଏହି ଘରେ ବାସ କରୁଥିବା ଲୋକଙ୍କର ହିଟର ଓ ଏସି କାହାର ବି ଆବଶ୍ୟକତା ପଡିନଥାଏ । ଖରା ଦିନେ ଘରଗୁଡିକ ଥଣ୍ଡା ରହୁଥିବା ବେଳେ ଶୀତଦିନେ ଗରମ ରହିଥାଏ । ଏହି ଗ୍ରାମଟି ପ୍ରାୟ ୭୦୦ ବର୍ଷ ପୁରୁଣା । ଏଭଳି ଘର ନିର୍ମାଣ ପଛରେ ରହିଛି ନିଆରା କାରଣ ମଙ୍ଗୋଲ ସମ୍ପ୍ରଦାୟଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ଏଠାରେ ଏଭଳି ଘରର ନିର୍ମାଣ କରାଯାଇଥିଲା । ପୂରା ଦୁନିଆରେ ଏହି ଗାଁ ନିଜର ସ୍ୱତନ୍ତ୍ର ଘର ଡିଜାଇନ୍‌ ପାଇଁ ସାରା ଦୁନିଆରେ ପରିଚିତ ।

Leave A Reply

Your email address will not be published.