ମୁ୍ଜିକାଲ ଭିଡିଓ ‘ଦିଲ୍‌ କୋ କରାର୍‌ ଆୟା’କୁ ଦେଖିଲେ ୧୦୦ ମିଲିଅନ୍‌ ଦର୍ଶକ

ଦିଲ୍ଲୀ, ଅଗଷ୍ଟ ୧୬: ଗାୟିକା ନେହା କକର ଏବଂ ଗାୟକ ୟସିର ଦେଶାଇଙ୍କ କଣ୍ଠରେ ସଜ୍ଜିତ ‘ଦିଲ୍‌ କୋ କରାର୍‌ ଆୟା’ ହିନ୍ଦୀ ମୁ୍ୟଜିକାଲ ଭିଡିଓ ଏବେ ୟୁଟୁ୍ୟବରେ ଚର୍ଚ୍ଚାରେ ରହିଛି । ଦେଶ ଓ ଦେଶ ବାହାର ସଙ୍ଗୀତପ୍ରେମୀ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଏହାସହିତ ଏକ ବର୍ଷ ମଧ୍ୟରେ ଏହି ଭିଡିଓକୁ ୧୦୦ ମିଲିଅନ୍‌ ଦର୍ଶକ ଦେଖିଲେଣି । ଏହି ଭିଡିଓର ସଫଳତା ବିଷୟରେ ବ୍ୟାଖ୍ୟା କରି ନେହା କକର କହିଛନ୍ତି, ଏହା ଏକ ସୁନ୍ଦର ଓ ଚମତ୍କାର ସଙ୍ଗୀତ । ଏହି ଗୀତକୁ ଗାଇବା ପାଇଁ ଦର୍ଶକ ବାରମ୍ବାର ତାଙ୍କୁ ଅନୁରୋଧ କରିଥାନ୍ତି ।
‘ଦିଲ୍‌ କୋ କରାର୍‌ ଆୟା’ ମୁ୍ୟଜିକାଲ ଭିଡିଓରେ ଅଭିନେତା ସିର୍ଦ୍ଧାଥ ଶୁକ୍ଳା ଏବଂ ଅଭିନେତ୍ରୀ ନେହା ଶର୍ମା ଅଭିନୟ କରିଛନ୍ତି । ଅଭିନେତା ସିର୍ଦ୍ଧାଥଙ୍କ ଏହା ତୃତୀୟ ମୁ୍ୟଜିକାଲ ଭିଡିଓ । ଏହପୂର୍ବରୁ ସେ ‘ଭୁଲା ଦୁଙ୍ଗା’ ଓ ‘ସୋନା ସୋନା’ ମୁ୍ୟଜିକାଲ ଭିଡିଓରେ ଅଭିନୟ କରିସାରିଛନ୍ତି ।

Comments are closed.