ମିଳିଲା ଏନକାଉଣ୍ଟର ରେ ମୃତ ମାଓବାଦୀଙ୍କର ପରିଚୟ, ଉଭୟ ପଡୋଶୀ ଛତିଶଗଡର

ଫୁଲବାଣୀ: ଅଗଷ୍ଟ ୫ : ଗତ ୨୩ ତାରିଖରେ କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ଡିଭିଏଫ ଓ ଏସଓଜି ଜବାନ ଏବଂ ମାଓବାଦୀଙ୍କ ମଧ୍ୟରେ ହେଇଥିବା ଗୁଳିବିନମୟରେ ଜଣେ ମହିଳା ମାଓବାଦୀ ସମତେ ୨ଜଣ ମାଓ କ୍ୟାଡରଙ୍କର ମୃତ୍ୟୁ ହୋଇଥିଲା । ଗୁଳି ବିନିମୟ ହେବାପରେ ଜବାନମାନଙ୍କୁ ସେଠାରୁ ବିପୁଳ ପରିମାଣରେ ମାଓସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ମିଳିଥିଲା । କିନ୍ତୁ ମୃତ ମାଓବାଦୀମାନଙ୍କର ପରିଚୟ ମିଳିନଥିଲା ପୋଲିସକୁ । ସେଥିପାଇଁ ପୋଲିସ ସେମାନଙ୍କର ଶବକୁ ବ୍ୟବଛେଦ ପରେ ଏନଏଚଆରସିର ଗାଇଡଲାଇନ ମୁତାବକ ୭୨ ଘଣ୍ଟା ପର୍ଯ୍ୟନ୍ତ ଶବ ଗୁଡିକର ଦାବେଦାରଙ୍କ ଅପେକ୍ଷା କରିବା ପରେ ପୋଲିସ ଦ୍ୱାରା ଶେଷକୃତ୍ୟ ସଂମ୍ପର୍ଣ୍ଣ କରାଯାଇଥିଲା । ପୋଲିସ ସେମାନଙ୍କର ପରିଚାୟ ଖୋଜିବାରେ ଲାଗିଥିଲା । ଆଜି ସେମାନଙ୍କର ପରିଚୟ ମିଳିଥିବା ନେଇ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଏକ ପ୍ରେସ ବିବୃତିରେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ସେହି ମାଓବାଦୀ ମାନଙ୍କ ମଧ୍ୟରୁ ମହିଳା କ୍ୟାଡକ ମାଓବାଦୀର ନାମ ରଜିତା ଏବଂ ପୁରୁଷ ଜଣଙ୍କର ନାମ ଅଜିତ ଏବଂ ସେମାନେ ଊଭୟେ ପଡୋଶୀ ରାଜ୍ୟ ଛତିଶଗଡ ଅଂଚଳର ବୋଲି ଜଣାପଡିଥିବା କହିଛନ୍ତି ଏସପି । ତେବେ ସେମାନଙ୍କ ନାମରେ କେତୋଟି ମାମଲାରେ ସମ୍ପୃକ୍ତି ରହିଛି କିମ୍ବା ସେମାନଙ୍କ ନାମରେ ସରକାରଙ୍କ ତରଫରୁ କେତେ ଟଙ୍କାର ଇନାମ ଘୋଷଣା କରାଯାଇଛି ସେହି ବାବଦରେ ଜଣାପଡିନଥିବା କହିଛନ୍ତି ଏସପି ଶ୍ରୀ ଅଗ୍ରୱାଲ ଏବଂ ସେମାନେ ଓଡିଶା ଡିଭିଜନ ମାଓ ସଂଗଠନର ଏରିଆ କମିଟି ମେମ୍ବର ଥିଲେ ବୋଲି ସୁଚନା ଦେଇଛନ୍ତି ।

Comments are closed.