ମାସ୍କ ପିନ୍ଧିବାକୁ WHOର ନୂଆ ଗାଇଡଲାଇନ; ଅଧିକ ସଂକ୍ରମିତ ସ୍ଥାନରେ ଗ୍ରେଡ୍‌ ମାସ୍କ ଜରୁରୀ; ଗୋଷ୍ଠୀ ସଂକ୍ରମଣ ହେଲେ ସାଧାରଣ ଲୋକ ବି ପିନ୍ଧିବେ

ଭୁବନେଶ୍ୱର:ଜୁନ ୬: କରୋନା ସଂକ୍ରମଣ ରୋକିବା ଲାଗି ମାସ୍କ ପିନ୍ଧିବା ନେଇ ବିଶ୍ୱ ସ୍ୱାସ୍ଥ୍ୟେ ସଂଗଠନ (WHO) ନୂଆ ଗାଇଡ୍‌ଲାଇନ ଜାରି କରିଛି । ସର୍ବାଧିକ ସଂକ୍ରମିତ ଜାଗାରେ ରୋଗୀଙ୍କ ସହ ହସ୍ପିଟାଲର ସବୁ କର୍ମଚାରୀ ଗ୍ରେଡ୍‌ ମାସ୍କ ବ୍ୟବହାର ଜରୁରୀ ବୋଲି WHO କହିଛି ।
ହସ୍ପିଟାଲରେ କାର୍ଯ୍ୟରତ ସଫେଇ କର୍ମଚାରୀ ମଧ୍ୟ ଗ୍ରେଡ୍‌ ମାସ୍କ ପିନ୍ଧିବା ଆବଶ୍ୟକ । ଏପରି କି କୋଭିଡ୍‌-୧୯ ସଂକ୍ରମଣ ୱାର୍ଡରେ କାର୍ଯ୍ୟକରୁନଥିବା ଡାକ୍ତର, ନର୍ସ ଓ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ୬୦ ବର୍ଷରୁ ଅଧିକ କିମ୍ବା ବିଛଣାରେ ପଡ଼ି ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯଦି ସାମାଜିକ ଦୂରତା ସମ୍ଭବ ହେଉ ନାହିଁ, ତାହେଲେ ସେହି ସ୍ଥାନରେ ସେମାନେ ମେଡିକାଲ୍‌ ଗ୍ରେଡ୍‌ ମାସ୍କ ପିନ୍ଧିବା ଦରକାର । ଅନ୍ୟମାନେ ଥ୍ରୀ-ଲେୟର୍‌ ଫାଭ୍ରିକ୍‌ ମାସ୍କ ପିନ୍ଧିବା ଉଚିତ । ଏହି ମାସ୍କକୁ ଘରେ ମଧ୍ୟ ତିଆରି କରିପାରିବେ ବୋଲି WHO ସ୍ପଷ୍ଟ କରିଛି । ବସ୍‌, ଟ୍ରେନ, ଗ୍ରୋସେରି ଷ୍ଟୋର୍‌, କର୍ମ କ୍ଷେତ୍ର, ସାମାଜିକ ସମାବେଶ, ଜନ ସମାବେଶ, ସର୍ବ ସାଧାରଣ ସ୍ଥାନରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପାଇଁ ପରାମର୍ଶ ଦିଆଯାଇଛି । ଗୋଷ୍ଠୀ ସଂକ୍ରମଣ ଥିଲେ ସାଧାରଣ ଲୋକ ମଧ୍ୟ ମେଡିକାଲ୍‌ ଗ୍ରେଡ୍‌ ମାସ୍କ ବ୍ୟବହାର କରିବେ ।

Comments are closed.