ମାଲକାନଗିରି ସୀମାରେ ମାତିଲେ ମାଓବାଦୀ; ଜାଳିଲେ ୬ ଗାଡି

0

ଭୁବନେଶ୍ୱର : ଜୁନ ୨୫:ମାଲକାନଗିରି ସୀମାରେ ମାଓବାଦୀଙ୍କ ହିଂସା । ରାସ୍ତା କାମ ନିର୍ମାଣକୁ ବିରୋଧ କରି ଯାନବାହନରେ ନିଆଁ ଲଗାଇଛନ୍ତି ମାଓବାଦୀ । ସୁକୁମା ଜିଲ୍ଲା କୁକାନାର ଥାନା ଅନ୍ତର୍ଗତ ଧନିକୋତା ଗାଁରେ ୬ଟି ଗାଡ଼ିକୁ ଜାଳିି ଦେଇଛନ୍ତି ମାଓବାଦୀ । ପୂର୍ବରୁ ମଧ୍ୟ ଅନେକ ଥର ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଗାଡ଼ିମୋଟର ପୋଡ଼ିଥିଲେ ।
ସୁକମା ଜିଲ୍ଲାର କୋତଣାଗର ଅଞ୍ଚଳରେ ରାସ୍ତା ନିର୍ମାଣ କାମ ଚାଲିଛି । ମାଓମାଦୀମାନେ ଏହି ରାସ୍ତା କାମକୁ ବିରୋଧ କରି ଆସୁଥିଲେ । କି;ୁ ରାସ୍ତା କାମ ଜୋରସୋରରେ ଚାଲିଥିଲା । ରାସ୍ତା କାମ ଚାଲିଥିବା ଜାଣିବା ପରେ ବୁଧବାର ରାତି ପ୍ରାୟ ୧୧ଟା ବେଳେ ନକ୍ସଲ ରାସ୍ତା କାମ ନିକଟରେ ପହଞ୍ଚି ଜୋରଦାର ବିରୋଧ କରିଥିଲେ । ସେଠାରେ କାମରେ ନିୟୋଜିତ ଥିବା ୬ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ପୁଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.