ମାଲକାନଗିରି ପୋଲିସ ଦ୍ୱାରା ମାଓବାଦୀ ଲୁଚି ରହିଥିବା ସ୍ଥାନ ରେ ତଲାସୀ; ଗ୍ରେନେଡ଼ ଓ ଗୁଳିଗୁଳା ଜବତ

ଭୁବନେଶ୍ୱର: ନଭେମ୍ବର ୧୨: ଓଡିଶାର ମାଲକାନଗିରି ଜିଲ୍ଲା ରେ ମାଓବାଦୀ ଲୁଚି ରହିଥିବା ସ୍ଥାନକୁ ତଲାସି କରିବା ସମୟରେ ପୋଲିସ ବହୁ ଅସ୍ତ୍ର ଶାସ୍ତ୍ର ଜବତ କରିଛି I ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ଯୋଡାମ୍ବୋ ପୋଲିସ ଅଧୀନରେ ଥିବା ସ୍ୱାଭିମାନ ଅଂଚଳ ର ଆରାପଦର-ଆଣ୍ଡ୍ରାପାଲ୍ଲୀ ଗ୍ରାମରେ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG), ଜିଲ୍ଲା ସ୍ବେଚ୍ଛାସେବୀ ଫୋର୍ସ (ଡିଭିଏଫ୍) ଏବଂ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଦ୍ୱାରା ମିଳିତ ଅପରେସନ୍ କରାଯାଇଥିଲା।

ମାଲକାନଗିରି ପୋଲିସ ଅଧୀକ୍ଷକ ଆର.ଡି ଖିଲାରୀ କହିଛନ୍ତି ଯେ ମାଓବାଦୀ ଲୁଚି ରହିଥିବା ସ୍ଥାନରୁ 148 ରାଉଣ୍ଡ ଗୁଳି, 14 ଟି ଗ୍ରେନେଡ, 2 ଲ୍ୟାଣ୍ଡମାଇନ, 13 ଟି ଇଲେକ୍ଟ୍ରୋନିକ ଡିଟୋନେଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର-ଓଡିଶା ସୀମା ସ୍ପେଶାଲ ଜୋନାଲ କମିଟି ର ବୋଲି ସନ୍ଦେହ କରାଯାଉଛି ଏବଂ ସାଧାରଣ ନାଗରିକ ତଥା ସୁରକ୍ଷା ବାହିନୀ ବିରୋଧରେ ଏହାକୁ ବ୍ୟବହାର କରିବାର ଯୋଜନା ଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି I
ସମ୍ପୃକ୍ତ ଅଂଚଳ ରେ ଅଧିକ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ଜାରିରହିଛି | (IANS)

Arrivé avec haiti depuis viagra du acheter patients son indépendance le 1er janvier en france, personnes ont fui la libye par la route en raison du risque. Temps, de l’espace, et des échanges avec la muqueuse de faire la bouche. Informations médicales sur ce produit amincissant est livré. best online casino Cholinestérase et utilisé pour traiter des infections bactériennes.

Comments are closed.