ମାଲକାନଗିରିରେ ବିଏସ୍‌କେୱାଇ ସ୍ମାଟ୍‌ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ୨୦: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ସ୍ମାଟ୍‌ କାର୍ଡର ଶୁଭାରମ୍ଭ ସହ ବଣ୍ଟନ କରିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନରେ ଏଥିଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭିକେ ପାଣ୍ଡିଆନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଳାରେ ୧ଲକ୍ଷ ୫୫ ହଜାର ୮୨୩ ହିତାଧିକାରୀଙ୍କୁ ବିଏସ୍‌କେୱାଇ ସ୍ମାଟ୍‌ କାର୍ଡ ବଣ୍ଟନ କରାଯିବ । ସେପେଫମ୍ବର ୧ରୁ କାର୍ଯ୍ୟକ୍ଷମ ହେବାକୁ ଥିବା ବିଏସ୍‌କେୱାଇ ସ୍ମାଟ୍‌ କାର୍ଡର ବଣ୍ଟନ ନିମନ୍ତେ ଜିଲ୍ଲାରେ ୩୮୧ଟି କେନ୍ଦ୍ର ଖୋଲାଯାଇଛି । ଅଗଷ୍ଟ ୨୧ରୁ ୨୫ ପର୍ଯ୍ୟନ୍ତ କେନ୍ଦ୍ରଗୁଡ଼ିକ ଖୋଲା ରହିବ ।
ବିଏସ୍‌କେୱାଇ ସ୍ମାଟ୍‌ କାର୍ଡ ଯୋଗୁଁ ରାଜ୍ୟର ୯୬ ଲକ୍ଷ ପରିବାରର ୩.୫ କୋଟି ଲୋକ ଏଥିରୁ ଉପକୃତ ହୋଇପାରିବେ । ଏହି କାର୍ଡରେ ଅନ୍ତର୍ଭୁକ୍ତ ପ୍ରତ୍ୟେକ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରୁଥିଲାବେଳେ ମହିଳା ସଦସ୍ୟମାନେ ବର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପାଇବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହିଭଳି ସୁବିଧା ଯୋଗାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ, ଅନ୍ନପୂର୍ଣ୍ଣା କାର୍ଡ ଥିବା ହିତାଧିକାରୀ ଓ ଅନ୍ତୋଦୟ ହିତାଧିକାରୀ ଏହି ବିଏସ୍‌କେୱାଇ ସ୍ମାଟ୍‌ କାର୍ଡ ପାଇପାରିବେ । ବିଏସ୍‌କେୱାଇ ସ୍ମାଟ୍‌ କାର୍ଡ ହିତାଧିକାରୀମାନେ ଓଡ଼ିଶା ସମେତ ଦେଶର ୨୦୦ରୁ ଅଧିକ ଡାକ୍ତରଖାନାରେ ଚିକିସିା ସୁବିଧା ପାଇପାରିବେ ।

Comments are closed.