ମାନୁନି କରୋନା : ଦେଶରେ ୬୭ ହଜାର ୧୫୨ ଆକ୍ରାନ୍ତ; ମୃତ୍ୟୁ ସଂଖ୍ୟା ୨୨୦୬କୁ ବୃଦ୍ଧି

Edited by Papu Mohanty

ଭୁବନେଶ୍ୱର : May 11: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ଧରୁନି । ସୋମବାର ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨ ଶହ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ । ଗତ ୨୪ ଘଣ୍ଟାରେ ଦେଶରେ ୯୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଓ ସର୍ବାଧିକ ୪ହଜାର ୨୧୩ଟି ନୂଆ ଆକ୍ରାନ୍ତଙ୍କ ସୂଚନା ମିଳିଛି । ପୂର୍ବରୁ ୨୪ ଘଣ୍ଟା ଭିତରେ ୩ ହଜାର ୯୦୦ ନୂଆ ମାମଲା ଆସିଥିଲା । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତ ସଂଖ୍ୟା ୬୭ ହଜାର ୧୫୨କୁ ବୃଦ୍ଧି ପାଇଛି । ଏବେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨୦୯୧୭ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି । ତେବେ କରୋନା ତାଲିକା ଅନୁସାରେ ଆକ୍ରାନ୍ତ ଓ ମୃତୁ୍ୟଙ୍କ ସଂଖ୍ୟାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି । ଏଠାରେ ୨୨ହଜାରରୁ କିଛି ଅଧିକ ଆକ୍ରାନ୍ତ ଥିଲାବେଳେ ମୃତୁ୍ୟ ସଂଖ୍ୟା ୮୩୨ ରହିଛି । ସେହିପରି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୯୪ । ଏଠାରେ ମୃତୁ୍ୟ ସଂଖ୍ୟା ୪୯୩କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୬ ହଜାର ୯୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଏଠାରେ ୭୩ । ଆନ୍ଧ୍ରପ୍ରଦେଶରେ ୧୯୮୦ କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୫, ମଧ୍ୟପ୍ରଦେଶରେ ଆକ୍ରାନ୍ତ ସଂଖ୍ୟା ୩୬୧୪ । ଏବଂ ମୃତ୍ୟୁ ସଂଖ୍ୟା ୨୧୫ । ସେହିଭଳି ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୦୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୭ ଏବଂ ରାଜସ୍ଥାନରେ ୩ ହଜାର ୮୧୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

Comments are closed.