ମାଧ୍ୟମିକ ଶିକ୍ଷା ପରିଷଦର ନୂତନ ପରୀକ୍ଷା ନିତି ଉପରେ ତାଲିମ

0

ବୌଦ୍ଧ: ସେପ୍‌ଟେମ୍ବର ୩: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ଓ ମଙ୍ଗଳ ବିଭାଗର ୨୧ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଷୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଲୁଣିବାହଲ ସ୍ଥିତ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟରେ ଏକ ଦିବସ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଢାଞ୍ଚାରେ ନୁତନ ଭାବରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ପରୀକ୍ଷା ପଦ୍ଧତି ଏବଂ ମୂଲ୍ୟାଙ୍କନ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ନୂତନ ପରୀକ୍ଷା ପଦ୍ଧତିରେ ରହିଥିବା ବିଭିନ୍ନ ବ୍ୟବସ୍ଥା , ଅଭିଭାବକ ,ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଏହା ସହ ପରିଚିତ କରାଇବା ସହ ଏହି ବ୍ୟବସ୍ଥାକୁ ଫଳପ୍ରଦ କରିବାରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର ଦେହୁରୀ, ପୁରୁଣାକଟକ ହାଇସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମଲ୍ଲିକ, ପଲ୍ଲୀ ବିକାଶ ହାଇସ୍କୁଲର ପ୍ରଧାନ ଶିକ୍ଷକ ତୃପ୍ତୀରଂଜନ ଦାନୀ ସୂଚନା ପ୍ରଦାନ କରିଥିଲେ । ଏହି ତାଲିମ ଶିବିରରେ ହରଭଙ୍ଗା ବ୍ଲକର ୨୧ଟି ହାଇସ୍କୁଲର ୪୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ, ପ୍ରଧାନ ଶିକ୍ଷକ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାସ୍ତରୀୟ ସାଧନା ବ୍ୟକ୍ତି ମୁରଲିଧର ରଣା, ବାବୁଲାଲ ଭୋକ୍ତା, ନବ କିଶୋର ଦୀପ, ପ୍ରଫୁଲ୍ଲ ପ୍ରଧାନ, ତାଲିମ କାର୍ଯ୍ୟକ୍ରମକୁ ସଂପାଦନା କରିଥିଲେ ।

Leave A Reply

Your email address will not be published.