ମହାକାଶରେ ‘ଫ୍ଲେଟିଙ୍ଗ ପିଜ୍ଜା’ ପାର୍ଟି

ପୃଥିବୀରେ ପିଜ୍ଜା ପ୍ରାୟ ସମସ୍ତଙ୍କର ପ୍ରିୟ । ତେଣୁ ଜନ୍ମ ଦିନ ହେଉ କିମ୍ବା କିଛି ସଫଳତାର ଉତ୍ସବ, ଆଜିକାଲି ସମସ୍ତଙ୍କୁ ପିଜ୍ଜା ପାର୍ଟି କରୁଥିବାର ଦେଖିବାକୁ ମିଳୁଛି । ହେଲେ ଅନ୍ତରୀକ୍ଷରେ ପିଜ୍ଜା ପାର୍ଟି, ଶୁଣିଲେ ଟିକେ ଅଜବ ଲାଗୁଛି । ନିକଟରେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ (ଆଇ ଏସ୍‌ ଏସ୍‌)ର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସ୍ପେସ୍‌ ଷ୍ଟେସନ୍‌ର ଅନ୍ତରୀକ୍ଷ ଯାତ୍ରୀ ପିଜ୍ଜାର ମଜା ନେଉଛନ୍ତି । ସେଠାରେ ‘ଫ୍ଲୋଟିଙ୍ଗ ପିଜ୍ଜା’ ନାଇଟ୍‌ର ଆୟୋଜନ ହୋଇଥିଲା ବୋଲି ଜଣାପଡିଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଭିଡିଓଟିକୁ ବେଶ୍‌ ପସନ୍ଦ କରୁଛନ୍ତି । ଇନ୍‌ଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓଟିରେ ସେମାନେ ବେଶ୍‌ ଖୁସି ଜଣାପଡୁଛନ୍ତି । ଏହା ସେମାନଙ୍କୁ ପୃଥିବୀର ଶନିବାର ଭଳି ଅନୁଭବ ହେଉଥିବା ପ୍ରକାଶ କରିଛନ୍ତି । ଭିଡିଓଟିର ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ କେତେକ ୟୁଜର ଏହି ପିଜ୍ଜା ସେଠାରେ ପହଞ୍ଚିଲା କିପରି ସେ ନେଇ ଜାଣିବାକୁ ଉତ୍ସୁକ ହୋଇ ପ୍ରଶ୍ନ ପଚରିଛନ୍ତି । ସୂଚନା ଅନୁସାରେ, ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ରେ ସାମଗ୍ରୀ ପହଞ୍ଚାଇବା ପାଇଁ କାଇଜନସ୍‌ ରେସୁପ୍ଲି ସ୍ପେସ୍‌ କ୍ରାଫଫକୁ ଲଞ୍ଚ କରାଯାଇଥିଲା । ଏଥିରେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପିଜ୍ଜା ପଠାଯାଇଥିଲା । ଯାହାଫଳରେ ସେମାନେ ଅନ୍ତରୀକ୍ଷରେ ପିଜ୍ଜା ପାର୍ଟି କରିପାରିଛନ୍ତି ।

Comments are closed.