ମହାକାଶରେ ଧାନଚାଷ

0

ଦିଲ୍ଲୀ: ଜୁଲାଇ ୧୯: ଚୀନ ସର୍ବଦା ନୂଆ ନୂଆ ରେକର୍ଡ ସୃଷ୍ଟି କରିବା ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଆଉ ଏବେ ମହାକାଶରେ ଧାନ ଚାଷ କରିଥିବା ଚୀନ ଦାବି କରିଛି । ମହାକାଶରେ ଏହା ହୋଇଥିବାରୁ ଚୀନ ସ୍ପେସ୍‌ ରାଇସ୍‌ ନାଁ ଦେଇଛି । ଚୀନ ଏହାର ପ୍ରଥମ ଫସଲ ପୃଥିବାକୁ ଆଣିଛି ବୋଲି ମଧ୍ୟ ସୂଚନା ଦେଇଛି । ଚୀନର ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ସ୍ପେସ୍‌ ଚାଉଳକୁ ସ୍ୱର୍ଗର ଚାଉଳ ବୋଲି କହୁଛନ୍ତି । ଆହୁରି ମଧ୍ୟ ଚନ୍ଦ୍ରରେ ଏକ ଗବେଷଣା କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି ବୋଲି ଜଣାପଡ଼ିଛି । ରିପବ୍ଲିକ୍‌ ୱାର୍ଲï ଡଟ୍‌ କମ୍‌ ଖବର ଅନୁଯାୟୀ ଚୀନ୍‌ ଗତ ବର୍ଷ ନଭେମ୍ବରରେ ଚନ୍ଦ୍ରୟାନ ସହିତ ମହାକାଶକୁ ଧାନ ମଞ୍ଜି ପଠାଇଥିଲା । ଆଉ ଏବେ ମହାକାଶଯାନ ମାଧ୍ୟମରେ ୧୫୦୦ ଧାନ ମଞ୍ଜି ପୃଥିବୀକୁ ଆସିଛି । ଏହାର ଓଜନ ୪୦ ଗ୍ରାମ ଏବଂ ଏହି ମଞ୍ଜିର ଲମ୍ବା ୧ ସେଣ୍ଟିମିଟର । ଏଗୁଡିକ ଦକ୍ଷିଣ ଚୀନ କୃଷି ବିଶ୍ୱବିଦ୍ୟାଳୟ ପରିସରରେ ବୁଣାଯିବ ବୋଲି କୁହାଯାଇଛି । ମହାକାଶରେ ଏହି ମଞ୍ଜିଗୁଡିକ ବ୍ରହ୍ମାଣ୍ଡ ବିକିରଣ ଏବଂ ଶୂନ୍ୟ ମାଧ୍ୟାକର୍ଷଣରେ ପ୍ରସ୍ତୁତ ହୋଇଛି । କିଛି ସମୟ ମହାକାଶ ପରିବେଶରେ ରହିବା ପରେ, ମଞ୍ଜିରେ ଅନେକ ପରିବର୍ତ୍ତନ ଘଟିଥାଏ । ଏଗୁଡ଼ିକୁ ଭୂମିରେ ବୁଣିବା ଦ୍ୱାରା ଅଧିକ ଅମଳ ମିଳିଥାଏ । କେବଳ ଧାନ ନୁହେଁ ଅନ୍ୟ ଫସଲର ମଧ୍ୟ ମହାକାଶରେ ପରୀକ୍ଷଣ କରାଯାଉଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଚୀନ ୧୯୮୭ ରୁ ଚାଉଳ ଏବଂ ଅନ୍ୟାନ୍ୟ ଫସଲର ମଞ୍ଜି ମହାକାଶକୁ ନେଇ ଯାଉଛି । ବ୍ଲìମବର୍ଗର ରିପୋର୍ଟ ଅନୁଯାୟୀ ଚୀନ୍‌ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଫସଲ ଉପରେ ଏଭଳି ପରୀକ୍ଷଣ କରିଛି । ଏହି ଫସଲଗୁଡିକରେ କପାଠାରୁ ଆରମ୍ଭ କରି ଟମାଟୋ ପର୍ଯ୍ୟନ୍ତ ସାମିଲ ରହିଛି । ଚୀନର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାରେ ୨୪ ଲକ୍ଷ ହେକଫରରୁ ଅଧିକ ଜମିରେ ଚାଷ ପାଇଁ ମହାକାଶରୁ ଆସିଥିବା ମଞ୍ଜି ବ୍ୟବହାର କରାଯାଇଥିଲା ।

Leave A Reply

Your email address will not be published.