ମହଙ୍ଗା ପଡିଲା ବିଦ୍ରୋହ: ଉପମୁଖ୍ୟମନ୍ତ୍ରୀ ଓ ସଭାପତି ପଦରୁ ହେଲେ ବିଦା

ଜୟପୁର : ଜୁଲାଇ ୧୪: ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି । କଂଗ୍ରେସ ଦଳ ସଚିନ ପାଇଲଟଙ୍କୁ ରାଜ୍ୟ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି । ଏହା ଛଡା ପାଇଲଟଙ୍କୁ ସମର୍ଥନ କରୁଥିବା ମନ୍ତ୍ରୀ ବିଶ୍ୱନ୍ଦ୍ର ସିଂ ଏବଂ ରମେଶ ମୀନା ମଧ୍ୟ ରାଜ୍ୟ କ୍ୟାବିନେଟରୁ ବିଦା ହୋଇଛନ୍ତି । ସଚିନ ଏବଂ ତାଙ୍କ ସହ ଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାନସଭା ବିଧାୟକ ଦଳର ବୈଠକରେ ଏହି ସଂକଳ୍ପ ପାରିତ ହୋଇଛି । ବିଧାୟକମାନେ ହାତ ଉଠାଇ ଏହି ସଂକଳ୍ପ ପ୍ରତି ସମର୍ଥନ ପ୍ରଦାନ କରି ଏହାକୁ ପାରିତ କରିଛନ୍ତି ।

Comments are closed.