ମନ୍ତ୍ରୀ ସୁଶାନ୍ତଙ୍କୁ କରୋନା

ଭୁବନେଶ୍ୱର : ଭୁବନେଶ୍ୱର: ଅଗଷ୍ଟ ୧୭:ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନମୁନା ପରୀକ୍ଷାରୁ ସେ କୋଭିଡ-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡିଛି । ଏ ନେଇ ଶ୍ରୀ ସିଂହ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସଂଗରୋଧରେ ରହିବା ସହ ପରୀକ୍ଷା କରିବାକୁ ସେ ମଧ୍ୟ ଅନୁରୋଧ କରିଛନ୍ତି । ସୁଶାନ୍ତ ସିଂହ ଅଗଷ୍ଟ ୧୫ ତାରିଖରେ ବାଲେଶ୍ୱର ଯାଇ ପତାକା ଉତ୍ତୋଳନ କରିଥିଲେ । ଏଥିପୂର୍ବରୁ ନୀଳଗିରି,ରେମୁଣା, ସାଲେପୁର, ପୋଲସରା ବିଧାୟକ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାଛଡା ନିକଟରେ ବରଗଡ ସାଂସଦ ସୁରେଶ ପୁଜାରୀ ମଧ୍ୟ ପଜିଟିଭ ଚିହ୍ନଟ ହେବା ପରେ ଚିକିତ୍ସାଧୀନ ଅଛନ୍ତି ।

 

Comments are closed.