ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଭୁତାଣୁ ରେ ସଂକ୍ରମିତ

0

ଭୋପାଳ: ଜୁଲାଇ ୨୫: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କରୋନା ଭୁତାଣୁରେ ସଂକ୍ରମିତ ହେଇଛନ୍ତି I ଟ୍ୱଇଟର ଯୋଗେ ଏ କଥା ସେ ନିଜେ ଜଣାଇଛନ୍ତି I
ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବା ପରେ ସ୍ୱାବ ଟେଷ୍ଟ କରାଯାଇଥିଲା ଏବଂ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି ବୋଲି ସେ ନିଜେ ଜଣାଇଛନ୍ତି I ତାଙ୍କ ସହ ସମ୍ପର୍କ ରେ ଆସିଥିବା ସମସ୍ତ ଙ୍କୁ କରୋନା ଟେଷ୍ଟ କରାଇ ନେବା ପାଇଁ ସେ ଅନୁରୋଧ କରିଛନ୍ତି I
ଅନ୍ୟ ଏକ ଟ୍ୱଇଟର ରେ ଚୌହାନ କହିଛନ୍ତି, ‘ ମୁଁ କୋଭିଡ ୧୯ ସମ୍ପର୍କିତ ସବୁ ନିର୍ଦେଶାବଳି କୁ ପାଳନ କରୁଛି I ଡାକ୍ତର ର ପରାମର୍ଶ ଅନୁସାରେ Quarantine ରେ ରହିଛି I ମୋ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଯତ୍ନବାନ ହେବ ପାଇଁ ଅନୁରୋଧ କରୁଛି I ‘
ମଧ୍ୟ ପ୍ରଦେଶ ର ସମବାୟ ବିଭାଗ ମନ୍ତ୍ରୀ ଅରବିନ୍ଦ ଭାଡୋରିଆ ମଧ୍ୟ କରୋନା ରେ ସଂକ୍ରମିତ ହେଇ ଚିକିତ୍ସିତ ହେଉଛନ୍ତି I

Leave A Reply

Your email address will not be published.