ମଧ୍ୟପ୍ରଦେଶର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’, ହିତାଧୀକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଦିଲ୍ଲୀ : ଅଗଷ୍ଟ ୬: ଚଳିତ ମାସ ଅଗଷ୍ଟ ୭ ତାରିଖ ପୂର୍ବାହ୍ନ ୧୧ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଅନ୍ତର୍ଗତ ମଧ୍ୟପ୍ରଦେଶରର ହିତାଧିକାରୀଙ୍କ ସହିତ ଭିଡିଓ କନଫେରିନ୍ସି ମାଧ୍ୟମରେ ଆଲୋଚନା କରିବେ । ଯୋଜନାର ସୁଫଳ ପାଇବାକୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି, ସେ ନେଇ ସୁନିଶ୍ଚିନ୍ତ କରିବାକୁ ସାରା ରାଜ୍ୟରେ ଏହି ବିଶାଳ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାସହିତ ସେହି ଦିନ ରାଜ୍ୟ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ଦିବସ ପାଳନ କରିବେ ।
ଏହି ଯୋଜନାରେ ଅନ୍ତର୍ଭୁକ୍ତ ମଧ୍ୟପ୍ରଦେଶର ୪.୮୩ କୋଟି ହିତାଧିକାରୀ ୨୫ ହଜାରରୁ ଊର୍ଦ୍ଧ୍ୱ ଦୋକାନରୁ ସୁଲଭ ମୂଲ୍ୟରେ ରାସନ ସାମଗ୍ରୀ ପାଉଛନ୍ତି । ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ତ୍ରିପୁରା, ହରିୟାଣା ଓ ଗୋଆର ଖାଦ୍ୟ ବିଭାଗର ମନ୍ତ୍ରୀ ଓ ଅଧିକାରୀ ଅଂଶଗ୍ରହଣ କରିବେ ।

Comments are closed.