‘ଭୁଲ୍‌ଭୁଲେୟା ୨’ରେ ପୁଣି ହସାଇବେ ରାଜ୍‌ପାଲ୍

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଭୁଲ୍‌ଭୁଲେୟା ୨’ ଏବେ ଚର୍ଚ୍ଚାରେ ରହିଛି। ନିର୍ଦ୍ଦେଶକ ତଥା ଲେଖକ ଅନୀସ ବଜ୍‌ମୀ ଏହି ଫିଲ୍ମକୁ ନେଇ ବହୁତ ପରିଶ୍ରମ କରୁଛନ୍ତି। ତାଙ୍କ କହିବା ମୁତାବକ, ଏହି ଫିଲ୍ମଟି ୨୦୦୭ରେ ଆସିଥିବା ‘ଭୁଲ୍‌ଭୁଲେୟା’ର ସିକ୍ୱେଲ ହେବ। ହେଲେ ଏହାର କାହାଣୀ ପୂରା ଅଲଗା ରହିବ। ଏଣୁ ସେ ଏଥିରେ ଅନେକ ଟ୍ୱିଷ୍ଟ ରଖିବାକୁ ଚେଷ୍ଟା କରିଛନ୍ତି। ତେବେ ଫିଲ୍ମଟିକୁ ନେଇ ଏବେ ଆଉ ଏକ ଖବର ଆସିଛି ଯେ ଏଥିରେ ରାଜ୍‌ପାଲ୍‌ ଯାଦବ ମଧ୍ୟ ନଜର ଆସିବେ। ‘ଭୁଲ୍‌ଭୁଲେୟା ୨’ ନେଇ ସେ କହିଛନ୍ତି, “ମୋତେ ବହୁତ ଖୁସି ଲାଗୁଛି। ଦର୍ଶକଙ୍କୁ ବହୁତ ଧନ୍ୟବାଦ ଯେ ମୋର ସେଇ ରୋଲ୍‌କୁ ଏତେ ପସନ୍ଦ କରିଛନ୍ତି ଓ ଆଜି ବି ତାକୁ ମନେ ରଖିଛନ୍ତି। ତେବେ ମୁଁ ଏହାର ସିକ୍ୱେଲ୍‌ର ନିର୍ଦ୍ଦେଶକ ଅନୀସ୍ ବଜମୀ ଓ ପ୍ରଯୋଜକ ଭୂଷଣ କୁମାରଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ମୁଁ ଶୀଘ୍ର ଏହାର ଶୁଟିଂ ଆରମ୍ଭ କରିବି। ସେଥିପାଇଁ ବହୁତ ଉତ୍ସାହିତ ଅଛି।”

Comments are closed.