ଭୁବନେଶ୍ୱର ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁନ ୩୦: ଭୁବନେଶ୍ୱର ୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ଜଣେ ହୋମ କ୍ଵାରାଣ୍ଟIଇନ ରେ ଥିବା ଅବସ୍ଥାରେ ଚିହ୍ନଟ ହେଲେ I ତାଙ୍କ ବୟଷ ୫୬ ବର୍ଷ ଏବଂ ସେ ଜଣେ ରେଲୱେ କର୍ମଚାରୀ I
ବାକି ୫ ଜଣ ଲୋକାଲ କେଶ I ସେମାନଙ୍କ ମଧ୍ୟରୁ, ୩ ଜଣ ସିରିପୁର, ଲକ୍ଷ୍ମୀବଜIର ବସ୍ତି ଅଂଚଳର ହେଇଥିବା ବେଳେ, ଜଣେ ବମିଖାଲ ଅଂଚଳର ଏବଂ ଆଉ ଜଣେ ଚନ୍ଦ୍ରଶେଖରପୁର BDA କଲୋନୀ ର I
ଆଜି ଭୁବନେଶ୍ୱର ରୃ ସୁସ୍ଥ ହେଇଛନ୍ତି ୧୧ ଜଣ I
ଭୁବନେଶ୍ୱର ରେ ଆଜି ପର୍ଯ୍ୟନ୍ତ ମୋଟ ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୮୫ ଜଣ ସୁସ୍ଥ ହେଇସାରିଥିବା ବେଳେ, ୧୩୦ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.