ଭୁବନେଶ୍ୱର ରେ ୮୯ ଏବଂ କଟକ ରେ ୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:ଅଗଷ୍ଟ ୩: ଭୁବନେଶ୍ୱର ରେ ୨୪ ଘଂଟାରେ ୮୯ ଟି ନୂଆ କରୋନା ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୬୫ ଟି Quarantine case ଥିବାବେଳେ, ୨୪ ଟି Local Case ଅଛି I ଚିହ୍ନଟ ହେଇଥିବା ନୂଆ ୮୯ କେଶ କୁ ମିଶାଇ, ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୩ ହଜାର ୬୮ କୁ ବୃଦ୍ଧି ପାଇଛି I
ସେହିପରି, ଆଜି ଭୁବନେଶ୍ୱର ରେ ୧୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏଥି ସହ, ଭୁବନେଶ୍ୱର ରେ ମୋଟ ୧୭୯୮ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ଏବେ ମୋଟ ୧୨୫୦ ଜଣ ଚିକିତ୍ସାଧୀନ ଥିବା ବେଳେ ୧୮ ଜଣ କରୋନା ସଂକ୍ରାମିତଙ୍କର ମୃତ୍ୟୁ ହେଇଛି I
ସେହିପରି, କଟକରେ ଆଜି ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, କଟକ ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୧ କୁ ବୃଦ୍ଧି ପାଇଛି I
CMC ର ଟ୍ୱଇଟ ଅନୁସାରେ, କଟକ ରୁ ଆଜି ୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଆଜି ସୁଦ୍ଧା କଟକରୁ ମୋଟ ୫୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଛନ୍ତି I ଏବେ ୫୦୧ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.