ଭୁବନେଶ୍ୱର ରେ ୮୭ ଏବଂ କଟକ ରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ଜୁଲାଇ ୧୮: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୪୧ ଜଣ Quarantine ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି ଏବଂ ବାକି ୪୬ ଜଣ local contact case I ତେବେ ୩୭ ଜଣ ସୁସ୍ଥ ହେଇଛନ୍ତି I
ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦ କୁ ବୃଦ୍ଧି ପାଇଛି ଏବଂ ସେଥିରୁ, ୪୯୪ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୬୨୪ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ମୋଟ ୧୧ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I
ସେହିପରି, କଟକ ମହାନଗର ନିଗମ ଅଂଚଳରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୬ ଜଣ Institutional Quarantine ରେ ଥିବା ଅବସ୍ଥାରେ ଚିହ୍ନଟ ହେଇଛନ୍ତି I ୩ ଟି Home Quarantine case ଏବଂ ୨ ଟି local contact case ବୋଲି CMC ର ଟ୍ୱଇଟ ରେ ଦର୍ଶାଯାଇଛି I
ସେହିପରି CMC ଅଂଚଳରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I କଟକ ସହର ରେ ଏ ପର୍ଯ୍ୟନ୍ତ ୩୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୮୮ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୧୩୯ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପ୍ରତ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.