ଭୁବନେଶ୍ୱର ରେ ୫୧ ଓ କଟକ ରେ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ଜୁଲାଇ ୧୪: ଭୁବନେଶ୍ୱର ରେ ୨୪ ଘଂଟାରେ ଚିହ୍ନଟ ହେଲେ ୫୧ କରୋନା ସଂକ୍ରମିତ I ସେଥିରୁ, ୩୫ ଜଣ Quarantine ରେ ଥିଲେ ଏବଂ ୧୬ ଜଣ ଲୋକାଲ କେଶ I ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୫ ଜଣ I
ଏହାକୁ ମିଶାଇ, ରାଜଧାନୀ ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬୯ ରେ ପହଂଚିଛି I ସେଥିମଧ୍ୟରୁ, ୩୬୧ ଜଣ ସୁସ୍ଥ ହେଇଥିବା ବେଳେ, ୩୯୭ ଜଣ ଚିକିତ୍ସିତ ହେଉଛନ୍ତି I ଏ ପର୍ଯ୍ୟନ୍ତ ୧୦ ଜଣ ମୃତ୍ୟୁବରଣ କରିଛନ୍ତି I
ସେହିପରି କଟକ ମହାନଗର ନିଗମ ଅଂଚଳରେ ୨୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୨୦ ଟି Institutional Quarantine Case , ୪ ଟି Home Quarantine Case ଏବଂ ୩ ଟି ଲୋକାଲ କେଶ I
କଟକ ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧ କୁ ବୃଦ୍ଧି ପାଇଛି I ସେଥିରୁ, ୧୩୪ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ହେଇଛି I ଏବେ, ୧୫୦ ଜଣ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.