ଭୁବନେଶ୍ୱର ରେ ୪୯ ଏବଂ କଟକ ରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ଜୁଲାଇ ୨୦: ଭୁବନେଶ୍ୱର ରେ ୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୩୪ ଜଣ Quarantine ରେ ଥିଲେ ଏବଂ ୧୫ ଜଣ local contact case I ତେବେ, ୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଛନ୍ତି I
BMC ର ଟ୍ୱଇଟ ଅନୁସାରେ, ଏହାକୁ ମିଶାଇ, ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୩୧ କୁ ବୃଦ୍ଧି ପାଇଛି I ୫୭୬ ଜଣ ସୁସ୍ଥ ହେଇଛନ୍ତି ଏବଂ ୬୪୨ ଜଣ ଚିକିତ୍ସାଧୀନ ଅଛନ୍ତି I ମୋଟ ୧୧ ଜଣ ରୋଗୀଙ୍କର କରୋନା ରେ ମୃତ୍ୟୁ ହେଇଛି I
ସେହିପରି, କଟକ ରେ ୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୬ ଜଣ Institutional Quarantine ରେ ଥିଲେ, ୮ ଜଣ Home Quarantine ରେ ଏବଂ ୨ ଜଣ local contact case I
CMC ର ଟ୍ୱଇଟ ଅନୁସାରେ, କଟକ ରେ ମୋଟ ୩୬୬ କଣ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଛନ୍ତି I ୨୧୭ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୧୪୨ ଜଣ ଚିକିତ୍ସାଧୀନ ଅଛନ୍ତି I କରୋନା ରେ ଏ ପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.