ଭୁବନେଶ୍ୱର ରେ ୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୪: ଭୁବନେଶ୍ୱର ରେ ଆଉ ୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେମାନଙ୍କ ମଧ୍ୟରୁ, ୩୭ ଜଣ quarantine ଥିଲେ ଏବଂ ବାକି ୮ ଜଣ local Contact case I
BMC ର ଟ୍ୱଇଟ ଅନୁସାରେ:
ମଂଚେଶ୍ୱର ଅଂଚଳରୁ ୯ ଜଣ, ନୂଆଗାଁ ଅଂଚଳରୁ ୬ ଜଣ, ଗୋଟିଏ ଘରୋଇ ହସ୍ପିଟାଲ ର ୩ ଜଣ ମହିଳା କର୍ମଚାରୀ, ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ଅଂଚଳରୁ ଜଣେ, ଆଇଗିଣିଆ ରୁ ଜଣେ, ସତ୍ୟନଗର ରୁ ଜଣେ, ସହିଦ ନଗର ଅଂଚଳରୁ ଜଣେ, ଭରତପୁର ରୁ ଜଣେ, ହଂସପାଳ ଅଂଚଳ ରୁ ଜଣେ, ଚକେଇସିଆଣୀ ଭୋତପଡ଼ା ଅଂଚଳରୁ ଜଣେ, ଲକ୍ଷ୍ମୀସାଗର ଅଂଚଳରୁ ଜଣେ, ୟୁନିଟ ୪ ମାର୍କେଟ କମ୍ପ୍ଲେକ୍ସ ଅଂଚଳରୁ ଜଣେ, ଅଶୋକ ନଗର ରୁ ଜଣେ, ବରମୁଣ୍ଡା ଜଗନ୍ନାଥ ବିହାର ଅଂଚଳରୁ ଜଣେ, ଓଲଡ଼ ଟାଉନ ଭୀମଟାଙ୍ଗୀ ରୋଡ ଅଂଚଳରୁ ଜଣେ, ଗୋଟିଏ ସେଣ୍ଟ୍ରାଲ Govt ହସ୍ପିଟାଲ ର ୪ ଜଣ କର୍ମଚାରୀ ଏବଂ ମଂଚେଶ୍ୱର କଳିଙ୍ଗ ବାକେରୀ ପାଖରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏମାନେ ସମସ୍ତେ quarantine ରେ ଥିଲେ I
ବରମୁଣ୍ଡା ଶକ୍ତି ଗେଷ୍ଟ ହାଉସ ପାଖରୁ ଜଣେ, ରବି ଟକିଜ କେଦାର ଗୌରୀ ଅଂଚଳରୁ ଜଣେ, ସାଲିଆ ସାହି ଶନି ମନ୍ଦିର ପାଖରୁ ଜଣେ, ଖଣ୍ଡଗିରି ଆମ୍ରି ହସ୍ପିଟାଲ ପାଖରୁ ଜଣେ, ଡ଼ୁମାଡୁମା ସୁବାଷ ନଗର ବସ୍ତି ରୁ ଜଣେ, ଓ ଲ ଡ଼ ଟାଉନ ଜମ୍ବେଶ୍ୱର ପାଟଣା ରୁ ଜଣେ, ୟୁନିଟ ୪ ଏମ ଏଲ ଏ କଲୋନୀ ଅଂଚଳରୁ ଜଣେ ଏବଂ ଚନ୍ଦ୍ରଶେଖରପୁର district centre ଅଂଚଳରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଚିହ୍ନଟ ହେଇଥିବା ଏହି ୮ ଟି local contact case I
ଆଜି ଭୁବନେଶ୍ୱର ରୁ ସୁସ୍ଥ ହେଇଛନ୍ତି ୩୧ ଜଣ I
ଏ ପର୍ଯ୍ୟନ୍ତ ଭୁବନେଶ୍ୱର ରେ ୪୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇସାରିଲେଣି I ସେମାନଙ୍କ ମଧ୍ୟରୁ ୨୪୭ ଜଣ ସୁସ୍ଥ ହେଇସାରିଥିବା ବେଳେ, ୧୬୦ ଜଣ ଚିକିତ୍ସାଧୀନ ଅଛନ୍ତି I ମୋଟ ୬ ଜଣ ମୃତ୍ୟୁ ବରଣ କରିଛନ୍ତି I

Comments are closed.