ଭୁବନେଶ୍ୱର ରେ ୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୪୭ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୨୭: ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୩୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ତେବେ, ସେଥିରୁ ୧୮୩ ଜଣ ସଙ୍ଗରୋଧ ରେ ଥିବା ବେଳେ ବାକି ୨୦୩ ଟି ଲୋକାଲ କଂଟାକଟ କେଶ I ଦୁଇ ଦିନ ହେଲା ଲୋକାଲ କେଶ ବଢ଼ୁଥିବାର ଲକ୍ଷ କରାଯାଉଛି I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୬୪୭ କୁ ବୃଦ୍ଧି ପାଇଛି I
ଆଜି ଭୁବନେଶ୍ୱର ରୁ ସୁସ୍ଥ ହେଇଛନ୍ତି ୨୦୩ ଜଣ I ଭୁବନେଶ୍ୱର ରୁ ଏ ପର୍ଯ୍ୟନ୍ତ ମୋଟ ୫ ହଜାର ୧୨୪ ଜଣ ସୁସ୍ଥ ହେଇସାରିଛନ୍ତି I
ଭୁବନେଶ୍ୱର ମହାନଗର ନିଗମ ର ଟ୍ୱଇଟ ଅନୁଯାଇ, ଭୁବନେଶ୍ୱର ରେ ମୋଟ ୩୬ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I
ଏବେ ୩ ହଜାର ୪୭୮ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି I

Comments are closed.