ଭୁବନେଶ୍ୱର ରେ ୩୩୨ ନୂଆ କରୋନା ପଜିଟିଭ କେଶ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୯୩୧କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୨୫: ଭୁବନେଶ୍ୱର ରେ ୨୪ ଘଂଟାରେ ୩୩୨ ନୂଆ କରୋନା ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ମହାନଗର ନିଗମ ର ଟ୍ୱଇଟ ଅନୁସାରେ, ସେଥିରୁ ୧୭୩ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୧୫୯ ଟି ଲୋକାଲ କଂଟାକଟ କେଶ I
ଏହାକୁ ମିଶାଇ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ହଜାର ୯୩୧ ରେ ପହଂଚିଛି I
ଆଜି ସୁସ୍ଥ ହେଇଛନ୍ତି ୧୬୩ ଜଣ I ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଇସାରିଛନ୍ତି ୪ ହଜାର ୭୨୬ ଜଣ I
୨୪ ଘଂଟାରେ ଜଣେ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି ଏବଂ ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୪ ରେ ପହଂଚିଛି I
ଏବେ ୩ ହଜାର ୧୬୨ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.