ଭୁବନେଶ୍ୱର ରେ ୨୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲା

ଭୁବନେଶ୍ୱର: ଅଗଷ୍ଟ ୨୨: ଭୁବନେଶ୍ୱର ରେ ୨୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୫୩ ଟି Quarantine କେଶ ଏବଂ ୧୪୨ ଟି ଲୋକାଲ କଣ୍ଟାକଟ କେଶ I
ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୧୫ କୁ ବୃଦ୍ଧି ପାଇଲା I
ଆଜି ଭୁବନେଶ୍ୱର ରୁ ୧୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାଦ୍ୱାରା ମୋଟ ସୁସ୍ଥ ହେଇସାରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪ ହଜାର ୨୧୯ ରେ ପହଂଚିଛି I
ଭୁବନେଶ୍ୱର ମହାନଗର ନିଗମ ର ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ମୋଟ ୩୩ ଜଣ କରୋନା ରୋଗୀଙ୍କ ର ମୃତ୍ୟୁ ହେଇଛି I
ଆଜି ସୁଦ୍ଧା ୨୭୫୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି I

Comments are closed.