ଭୁବନେଶ୍ୱର ରେ ୨୪ ଘଣ୍ଟାରେ ୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୧୫ ଜଣ

0

ଭୁବନେଶ୍ୱର : ଜୁନ ୨୪: ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ରେ ଚିହ୍ନଟ ହେଲେ ୨୨ ନୂଆ କରୋନା ସଂକ୍ରମିତ ଏବଂ ସୁସ୍ଥ ହେଲେ ୧୫ ଜଣ I ଚିହ୍ନଟ ହେଇଥିବା ୨୨ ଜଣଙ୍କ ମଧ୍ୟରୁ ୩ ଜଣ ହୋମ କ୍ୱାରନ୍ଟାଇନ କେଶ ଥିବାବେଳେ,୧୯ ଟି କେଶ ସ୍ଥାନୀୟ ଅଞ୍ଚଳର I ମୈତ୍ରୀ ବିହାର ରୁ ଜଣେ, ଭିଏସଏସ ନଗର ରୁ ଜଣେ ଏବଂ ଜଣେ ରେଲୱେ କର୍ମଚାରୀ କରୋନା ସଂକ୍ରମିତ ହେଇଛନ୍ତି I ଏହି ତିନି ଜଣ ହୋମ କ୍ଵାରାଣ୍ଟIଇନ ରେ ଥିଲେ I
ଗୋଟିଏ ଘରୋଇ ହସ୍ପିଟାଲ ସହ ସମ୍ପୃକ୍ତ ଥିବା ୧୬ ଜଣ, ନିଳାଦ୍ରୀବିହାର (ଚନ୍ଦ୍ରଶେଖରପୁର) ର ୨ ଜଣ ଏବଂ ଶୈଳଶ୍ରୀ ବିହାର ର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହେଇଛନ୍ତି I ଏହି ୧୯ ଜଣ ହେଲେ local contact case I
ଭୁବନେଶ୍ୱର ରେ ଏ ପର୍ଯ୍ୟନ୍ତ ମୋଟ ୨୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବାବେଳେ, ସେଥିମଧ୍ୟରୁ ୧୧୩ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୧୦୩ ଜଣ ଚିକିତ୍ସାଧୀନ ଅଛନ୍ତି I

 

Leave A Reply

Your email address will not be published.