ଭୁବନେଶ୍ୱର ରେ ୨୧ ଏବଂ କଟକରେ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଭୁବନେଶ୍ୱର: ଜୁଲାଇ ୨୧: ଭୁବନେଶ୍ୱର ରେ ଆଜି ୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୬ ଜଣ Quarantine ରେ ଥିଲେ ଏବଂ ବାକି ୫ ଟି Local Contact Case I
ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ କୁ ବୃଦ୍ଧି ପାଇଛି I
ଭୁବନେଶ୍ୱର ରେ ୪୯ ଜଣ କରୋନା ରୋଗୀ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଏ ପର୍ଯ୍ୟନ୍ତ ଭୁବନେଶ୍ୱର ରେ ୬୨୫ ଜଣ ସୁସ୍ଥ ହେଇସାରିଲେଣି ଏବଂ ୬୧୪ ଜଣ ଚିକିତ୍ସିତ ହେଉଛନ୍ତି I ୧୧ ଜଣଙ୍କ କରୋନା ରେ ମୃତ୍ୟୁ ହେଇଛି I
ସେହିପରି, କଟକ ରେ ୩୨ ଟି ନୂଆ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିମଧ୍ୟରୁ, ୫ ଜଣ Institutional Quarantine ରେ, ଜଣେ Paid Quarantine ରେ, ୨୧ ଜଣ Home Quarantine ରେ ଏବଂ ବାକି ୫ ଟି Local Contact case I
ଏଥିସହ କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୮ କୁ ବୃଦ୍ଧି ପାଇଛି I ୨୨୫ ଜଣ ସୁସ୍ଥ ହେଇସାରିଥିବା ବେଳେ ୧୬୫ ଜଣ ଚିକିତ୍ସାଧୀନ ଅଛନ୍ତି I ଏ ପର୍ଯ୍ୟନ୍ତ ୮ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହେଇଛି I

Leave A Reply

Your email address will not be published.