ଭୁବନେଶ୍ୱର ରେ ୧୮୭ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୩୫୮ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୧୨: ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହେଇ ବଢ଼ିବାରେ ଲାଗିଛି I ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୨୪ ଘଂଟାରେ ୧୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ବୋଲି BMC ପକ୍ଷରୁ ସୂଚନା ଦିଆଯାଇଛି I ସେଥିରୁ, ୧୦୪ ଟି Quarantine Case ଥିବାବେଳେ, ୮୩ ଟି Local Contact Case ଚିହ୍ନଟ ହେଇଛନ୍ତି I ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୩୫୮ ରେ ପହଂଚିଛି I
ସେହିପରି ଭୁବନେଶ୍ୱର ରୁ ଆଜି ୧୦୭ ଜଣ ସୁସ୍ଥ ହେଇଛନ୍ତି ଏବଂ ଏ ପର୍ଯ୍ୟନ୍ତ ମୋଟ ୨ ହଜାର ୯୧୪ ଜଣ ସୁସ୍ଥ ହେଇସାରିଛନ୍ତି I
ଭୁବନେଶ୍ୱର ରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୨୩ ରେ ପହଂଚିଛି I
ଏବେ ୧୪୧୫ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.