ଭୁବନେଶ୍ୱର ରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୦୧: ଭୁବନେଶ୍ୱରରେ ୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୪ ଟି ହୋମ
କ୍ଵାରାଣ୍ଟIଇନ କେଶ ଥିବାବେଳେ ୮ ଟି ଲୋକାଲ contact case ଅଛି I
ହୋମ କ୍ଵାରାଣ୍ଟIଇନ କେଶ ମଧ୍ୟରୁ, ଦୁଇ ଜଣ ଟଙ୍କପାଣି ରୋଡ ଅଂଚଳର, ଜଣେ ଶୈଳଶ୍ରୀ ବିହାର ଅଂଚଳର ଏବଂ ଆଉ ଜଣେ ଖଣ୍ଡଗିରି ଅଂଚଳର ବୋଲି BMC ଟ୍ୱଇଟ ରୁ ଜଣାପଡିଛି I
ଚିହ୍ନଟ ହେଇଥିବା ଲୋକାଲ contact କେଶ ମଧ୍ୟରୁ,ଡୁମୁଡୁମା ରଘୁନାଥ ବସ୍ତିର ୨ ଜଣ, ଡୁମୁଡୁମା ସୁଖ ବିହାର ବସ୍ତିର ଜଣେ ,
ଲୟଲା ସ୍କୁଲ ପାଖ ଶ୍ରୀରାମ ନଗର ଅଂଚଳର ଜଣେ, ନୀଳାଦ୍ରି ବିହାର ଅଂଚଳରେ ରହୁଥିବା ଜଣେ BDA କର୍ମଚାରୀ,ଜାଗମରା ଅଂଚଳରୁ ଜଣେ, ୟୁନିଟ-୨ ଅଂଚଳରୁ ଜଣେ ଏବଂ ଗୋଟିଏ ଘରୋଇ ହସ୍ପିଟାଲ ର ଜଣେ କର୍ମଚାରୀ ଅଛନ୍ତି I
ଭୁବନେଶ୍ୱର ରୁ ଆଜି ସୁସ୍ଥ ହେଇଛନ୍ତି ୭ ଜଣ I
ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ ରେ ପହଂଚିଛି I ୧୯୨ ସୁସ୍ଥ ହେଇସାରିଥିବାବେଳେ, ୧୩୫ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.