ଭୁବନେଶ୍ୱର ରେ ୧୦୫ ଏବଂ କଟକ ରେ ୫୧ ନୂଆ କୋଭିଡ ପଜିଟିଭ କେଶ

0

ଭୁବନେଶ୍ୱର: ଜୁଲାଇ ୩୦: ଭୁବନେଶ୍ୱର ରେ ୨୪ ଘଣ୍ଟା ମଧ୍ୟରେ ୧୦୫ ଟି ନୂଆ କୋଭିଡ-୧୯ ପଜିଟିଭ କେଶ ଚିହ୍ନଟ ହେଇଛି I
ଏଥିମଧ୍ୟରୁ ୫୯ ଟି Quarantine Case ଏବଂ ବାକି ୪୬ ଟି Local Contact Case | ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୨,୬୦୭ କୁ ବୃଦ୍ଧି ପାଇଛି।

କ୍ୟାପିଟାଲ୍ ସିଟି ରେ ଆଜି ୧୨୩ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଏ ପର୍ଯ୍ୟନ୍ତ ସୁସ୍ଥ ହେଇଥିବା ରୋଗୀ ଙ୍କ ସଂଖ୍ୟା ୧,୩୩୯ ରେ ପହଂଚିଛି I ବର୍ତ୍ତମାନ, ସହରରେ ୧ ,୨୫୧ ଜଣ ଚିକିତ୍ସାଧୀନ ଅଛନ୍ତି I ମୋଟ ୧୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I

ଆଜି କଟକ ଜିଲ୍ଲାରେ ରିପୋର୍ଟ ହୋଇଥିବା ୯୭ ଟି ନୂଆ କୋଭିଡ-୧୯ ପଜିଟିଭ କେଶ ମଧ୍ୟରୁ ୫୧ ଜଣ କେବଳ କଟକ ସହର ରୁ ଚିହ୍ନଟ ହେଇଛନ୍ତି I ସେଥିରୁ, ୭ ଟି Institutional Quarantine Case , ୩୩ ଟି Home Quarantine Case ଏବଂ ୧୧ ଟି Local Contact Case I
କଟକ ରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୪ କୁ ବୃଦ୍ଧି ପାଇଛି I ମୋଟ ୩୨୭ ଜଣ ସୁସ୍ଥ ହେଇସାରିଥିବା ବେଳେ, ୫୪୭ ଜଣ ଚିକିତ୍ସିତ ହେଉଛନ୍ତି I ଏ ପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.