ଭୁବନେଶ୍ୱର ରେ ୧୦୧ ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଥିବା ବେଳେ କଟକ ରେ ୮୧ ନୂଆ କେଶ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୭: ଭୁବନେଶ୍ୱର ରେ ୨୪ ଘଣ୍ଟାରେ ୧୦୧ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ସେଥିରୁ ୫୨ ଟି Quarantine case ଥିବା ବେଳେ ୪୯ Local contact case ଅଛି । ଚିହ୍ନଟ ହେଇଥିବା ୧୦୧ ଟି ନୂଆ କେଶ ମିଶାଇ ଭୁବନେଶ୍ୱର ରେ ମୋଟ କୋଭିଡ ପଜିଟିଭ ସଂଖ୍ୟା ୩ ହଜାର ୫୭୩ କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱର ମହାନଗର ନିଗମ ର ଟ୍ୱଇଟ ଅନୁଯାଇ ଆଜି ୧୦୬ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି ଏବଂ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ୨ ହଜାର ୨୫୭ ରେ ପହଂଚିଛି । ଏ ପର୍ଯ୍ୟନ୍ତ ମୋଟ ୧୮ ଜଣ କରୋନା ରୋଗୀ ଙ୍କର ମର୍ତ୍ୟୁ ହେଇଛି । ଏବେ ୧୨୯୬ ଜଣ ଚିକିତ୍ସାଧୀନ ଅଛନ୍ତି ।
ସେହିପରି ଆଜି କଟକ ମହାନଗର ଅଂଚଳରେ ୮୧ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ସେଥିରୁ ୩୮ ଟି କେଶ କେବଳ containment zone ରୁ ଚିହ୍ନଟ ହେଇଛନ୍ତି । ବାକି କେଶ ମଧ୍ୟରୁ ୫ ଟି Institutional Quarantine case , ୨୬ ଟି Home Quarantine Case ଏବଂ ୧୨ ଟି Local Contact case ଅଛି ।
ଏହାକୁ ମିଶାଇ କଟକରେ ମୋଟ କୋଭିଡ ପଜିଟିଭ ସଂଖ୍ୟା ୧୪୭୦ କୁ ବୃଦ୍ଧି ପାଇଛି ।
ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଇଛନ୍ତି ୬୯୩ ଜଣ । ଏବେ ୭୬୭ ଜଣ ଚିକିତ୍ସିତ ଅଛନ୍ତି ।

Comments are closed.