ଭୁବନେଶ୍ୱର ରେ ଚିହ୍ନଟ ହେଲେ ୧୧ କରୋନା ସଂକ୍ରମିତ

ଭୁବନେଶ୍ୱର: ଜୁନ ୨୨: ଭୁବନେଶ୍ୱର ରୁ ଚିହ୍ନଟ ହେଲେ ୧୧ ଜଣ କରୋନା ସଂକ୍ରମିତ I ସେମାନଙ୍କ ମଧ୍ୟରେ, ମଂଚେଶ୍ୱର ଅଞ୍ଚଳରୁ ଅଛନ୍ତି ୭ ଜଣ I ୬ ଜଣ ନିକଟରେ ଉତ୍ତର ପ୍ରଦେଶ ରୁ ଫେରିଥିବା ବେଳେ, ଜଣେ ପଶ୍ଚିମବଙ୍ଗ ରୁ ଆସିଛନ୍ତି I ଉତ୍ତର ପ୍ରଦେଶ ରୁ ଫେରିଥିବା ବ୍ୟକ୍ତି ମାନଙ୍କର ବୟଷ ୩୩ ବର୍ଷ,୪୦ ବର୍ଷ,୫୫ ବର୍ଷ,୩୦ ବର୍ଷ,୨୧ ବର୍ଷ ଏବଂ ୨୨ ବର୍ଷ I ପଶ୍ଚିମ ବଙ୍ଗ ରୁ ଫେରିଥିବା ବ୍ୟକ୍ତିଙ୍କର ବୟଷ ୨୭ ବର୍ଷ I
ବାଣୀବିହାର ଅଂଚଳରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି BMC ର ଟ୍ୱଇଟ ରେ ଦର୍ଶାଯାଇଛି I ବାଣୀବିହାର ଅଂଚଳରେ ଥିବା ଏକ construction site ରେ ସେ କାମକରନ୍ତି I
୩ ଜଣ ରେଳବାଇ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
ଭୁବନେଶ୍ୱର ଏ ପର୍ଯ୍ୟନ୍ତ ୧୯୬ ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହେଇଥିବା ବେଳେ, ୯୩ ଜଣ ସୁସ୍ଥ ହେଇସାରିଲେଣି ଏବଂ ୩ ଜଣଙ୍କର ମୃତ୍ୟୁ ହେଇଛି I ବାକି ୯୯ ଜଣ ଚିକିତ୍ସାଧୀନ ଅଛନ୍ତି I
ସମସ୍ତ ୧୧ ଜଣ ହୋମ Quarantine ରେ ଥିଲେ I

 

Comments are closed.