ଭୁବନେଶ୍ୱର ରେ ଚିହ୍ନଟ ହେଲେ ୩୧୭ ନୂଆ କୋଭିଡ ପଜିଟିଭ କେଶ

ଭୁବନେଶ୍ୱର:ଅଗଷ୍ଟ ୨୩: ଭୁବନେଶ୍ୱର ରେ ୩୧୭ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୨୦୬ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୧୧୧ ଜଣ ଲୋକାଲ କଣ୍ଟାକଟ କେଶ I
ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୩୨ କୁ ବୃଦ୍ଧି ପାଇଛି I
ଭୁବନେଶ୍ୱର ମହାନଗର ନିଗମ ର ଟ୍ୱଇଟ ଅନୁସାରେ, ଆଜି ଭୁବନେଶ୍ୱର ରୁ ୧୭୦ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ଏ ପର୍ଯ୍ୟନ୍ତ ମୋଟ ସୁସ୍ଥ ହେଇଛନ୍ତି ୪,୩୮୯ ଜଣ I ଏବେ ୨,୯୦୧ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି I

Comments are closed.