ଭୁବନେଶ୍ୱର ରେ ଚିହ୍ନଟ ହେଲେ ୬ ନୂଆ କରୋନା ସଂକ୍ରମିତ; ସୁସ୍ଥ ହେଲେ ୧୯ ଜଣ

0

ଭୁବନେଶ୍ୱର: ଜୁନ ୨୮: ଭୁବନେଶ୍ୱର ରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେମାନଙ୍କ ମଧ୍ୟରୁ, ୩ ଜଣ ହୋମ
କ୍ଵାରାଣ୍ଟIଇନ ରେ ଥିଲେ ଏବଂ ବାକି ୩ ଜଣ ଲୋକାଲ contact case I
ଡୁମଡୁମା, ନୟାପଲ୍ଲୀ ଓ ବାପୁଜୀ ନଗର ଅଂଚଳରୁ ଜଣେ ଲେଖାଏଁ କରାନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେମାନେ ସମସ୍ତେ ହୋମ
କ୍ଵାରାଣ୍ଟIଇନ ରେ ଥିଲେ I
ଟଙ୍କପାଣି ରୋଡ ଓ ଫରେଷ୍ଟ ପାର୍କ ଅଂଚଳରୁ ଜଣେ ଲେଖାଏଁ ଲୋକାଲ contact case ଚିହ୍ନଟ ହେଇଥିବା ବେଳେ, ତୃତୀୟ କେଶ ଟି
ଏକ ଘରୋଇ ହସ୍ପିଟାଲର ସର୍ଭିସ୍ ପ୍ରୋଭାଇଡର I
ଅନ୍ୟ ପକ୍ଷରେ, ଭୁବନେଶ୍ୱର ରେ ଆଜି ୧୯ ଜଣ ସଂକ୍ରମିତ ସୁସ୍ଥ ହେଇଛନ୍ତି I
ଭୁବନେଶ୍ୱର ରୁ ଏ ପର୍ଯ୍ୟନ୍ତ ୨୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୬୭ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୧୧୭ ଜଣ ଚିକିତ୍ସାଧୀନ ଅଛନ୍ତି I

Leave A Reply

Your email address will not be published.