ଭୁବନେଶ୍ୱର ରେ ଗୋଟିଏ ଦିନରେ ୩୭୦ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୧୯: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଅଂଚଳରେ ୨୪ ଘଂଟାରେ ୩୭୦ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ ୨୦୪ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୧୬୬ ଟି ଲୋକାଲ କେଶ I
ଏହାକୁ ମିଶାଇ ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୬ ହଜାର ୭୭ କୁ ବୃଦ୍ଧି ପାଇଛି I
ଆଜି ସୁସ୍ଥ ହେଇଛନ୍ତି ୧୫୦ ଜଣ I ସୁସ୍ଥ ହେଇସାରିଥିବା ରୋଗୀଙ୍କ ସଂଖ୍ୟା ୩ ହଜାର ୮୪୦ ରେ ପହଂଚିଛି I ଏବେ ୨୨୦୧ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି I
ଭୁବନେଶ୍ୱର ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦ କୁ ବୃଦ୍ଧି ପାଇଛି I

Comments are closed.