ଭୁବନେଶ୍ୱର ରେ ଗୋଟିଏ ଦିନରେ ୨୩୭ କୋଭିଡ ପଜିଟିଭ କେଶ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫୯୫ କୁ ବୃଦ୍ଧି

ଭୁବନେଶ୍ୱର: ଅଗଷ୍ଟ ୧୩: ଭୁବନେଶ୍ୱର ରେ ୨୪ ଘଣ୍ଟାରେ ୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I BMC ର ଟ୍ୱଇଟ ଅନୁସାରେ, ୨୩୭ ଟି କେଶ ମଧ୍ୟରେ ୧୩୨ ଟି Quarantine Case ଏବଂ ୧୦୫ ଟି Local Contact Case ଚିହ୍ନଟ ହେଇଛି I
ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫୯୫ କୁ ବୃଦ୍ଧି ପାଇଛି I
ଆଜି ଭୁବନେଶ୍ୱର ରୁ ୧୦୧ ଜଣ ସୁସ୍ଥ ହେଇଛନ୍ତି I ଏ ପର୍ଯ୍ୟନ୍ତ ମୋଟ ୩ ହଜାର ୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଛନ୍ତି I ଏବେ ଏକ ହଜାର ୫୫୧ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି I
ଆଜି ସୁଦ୍ଧା ଭୁବନେଶ୍ୱର ରୁ ୨୩ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I

Comments are closed.