ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଲା ; ୨୪ ଘଣ୍ଟାରେ ୪୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଜୁଲାଇ ୮: ଭୁବନେଶ୍ୱର ରେ ୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୨୨ ଜଣ quarantine ରେ ଥିଲେ ଏବଂ ବାକି ୨୪ ଜଣ local contact case ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି I ଭୁବନେଶ୍ୱରରେ କ୍ରମାଗତ ଭାବରେ local contact case ବଢ଼ିବାରେ ଲାଗିଛି I
ଚିହ୍ନଟ ହେଇଥିବା ୪୬ ନୂଆ କେଶ କୁ ମିଶାଇ, ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୨୫ ରେ ପହଂଚିଛି I ୨୯୫ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ଏବେ ୨୨୨ ଜଣ ଚିକିତ୍ସିତ ହେଉଛନ୍ତି I ତେବେ, ଏ ପର୍ଯ୍ୟନ୍ତ ମୋଟ ୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I
ଅନ୍ୟାପକ୍ଷରେ, ଭୁବନେଶ୍ୱର ରେ ଆଜି ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I

Comments are closed.