ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା; ଏ ପର୍ଯ୍ୟନ୍ତ ସୁସ୍ଥ ହେଇଛନ୍ତି ୨ ହଜାର ୬୭୩ ଜଣ

ଭୁବନେଶ୍ୱର: ଅଗଷ୍ଟ ୧୦: ଭୁବନେଶ୍ୱର ରେ ୨୪ ଘଣ୍ଟାରେ ୧୩୩ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି ।ସେଥିରୁ ୯୬ ଜଣ Quarantine ରେ ଥିଲେ ଏବଂ ୩୭ ଟି Local Contact Case ।
ଏହାକୁ ମିଶାଇ ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୬୨ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଭୁବନେଶ୍ୱର ରେ ଆଜି ସୁସ୍ଥ ହେଇଛନ୍ତି ୨୦୦ ଜଣ । ଏହାସହ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ହଜାର ୬୭୩ ରେ ପହଂଚିଛି ।
ଭୁବନେଶ୍ୱର ମହାନଗର ନିଗମ ର ଟ୍ୱଇଟ ରେ ଦିଆଯାଇଥିବା ସୂଚନା ଅନୁସାରେ , ଭୁବନେଶ୍ୱର ରେ ଏ ପର୍ଯ୍ୟନ୍ତ ୨୦ ଜଣ
କରୋନା ଆକ୍ରାନ୍ତଙ୍କ ର ମୃତ୍ୟୁ ହେଇଛି । ଏବେ ୧୩୬୭ ଜଣ ଚିକିତ୍ସାଧୀନ ଅଛନ୍ତି ।

Comments are closed.