ଭୁବନେଶ୍ୱରରେ ୧୯ କରୋନା ଆକ୍ରାନ୍ତ , ୧୫ ଲୋକାଲ; ୯ ହସ୍ପିଟାଲ କର୍ମଚାରୀ ପଜିଟିଭ

0

ଭୁବନେଶ୍ୱର : ଜୁନ ୨୦: ରାଜଧାନୀରେ ପୁଣି ଆଜି ୧୯ ଜଣ କରୋନା ପଜିଟିଭ । ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ଲୋକାଲ କେସ୍‌ ଥିବାବେଳେ ଚାରି ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ ।ସଂକ୍ରମିତଙ୍କ Contact ଟ୍ରେସିଂ ଜାରି ରହିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।।
ବିଏମ୍‌ସିର ଟ୍ୱିଟ୍‌ ଅନୁସାରେ, ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଘରୋଇ ହସ୍ପିଟାଲର ତିନି ଜଣ ମହିଳା(୨୭ ବର୍ଷ, ୨୪ବର୍ଷ, ୨୧ବର୍ଷ) ଓ ତିନି ଜଣ ପୁରୁଷ (୨୯ ବର୍ଷ, ୨୧ ବର୍ଷ, ୩୩ ବର୍ଷ) କର୍ମଚାରୀ ଅଛନ୍ତି । ଏମାନେ ନିକଟରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଅସିଥିଲେ । ଅନ୍ୟ ଏକ ଘରୋଇ ହସ୍ପିଟାଲର ଜଣେ ମହିଳା(୪୫) କର୍ମଚାରୀ ଏବଂ ଜଣେ ପୁରୁଷ(୨୭) କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଚାରି(୪୩ ବର୍ଷ, ୫୫ବର୍ଷ, ୪୪ ବର୍ଷ, ୩୨ ବର୍ଷ) ରେଳବାଇ କର୍ମଚାରୀ ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏ ସମସ୍ତ କର୍ମଚାରୀ ଦିଲ୍ଲୀ ଫେରନ୍ତା ଓ ସେମାନେ ହୋମ୍‌ କ୍ୱାରେଣ୍ଟାଇନରେ ଥିଲେ । ଡୁମଡୁମା ସୁବାସ ନଗର ବସ୍ତିରୁ ୨୪, ୧୯, ୩୮, ୧୮ ଓ ୧୫ ବର୍ଷୀୟ ପାଞ୍ଚ ଜଣ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ସରକାରୀ ଡାକ୍ତରଖାନାର ଜଣେ ୫୧ ବର୍ଷୀୟ ପୁରୁଷ କର୍ମଚାରୀ ବି ସଂକ୍ରମିତ ହେଇଛନ୍ତି । ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷର ନାବାଳକ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉକ୍ତ ବାଳକ ଜଣକ ଅନ୍ୟ ଜିଲ୍ଲାର ବାସିନ୍ଦା ହୋଇଥିଲା ବେଳେ ଗତ ୧୧ ତାରିଖରେ ସେ ଭୁବନେଶ୍ୱର ଆସିଥିଲେ ।
ସେହିଭଳି ଭୁବନେଶ୍ୱରରୁ ତିନି ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦୁଇ ଜଣ ଶ୍ରୀବିହାର ଅଞ୍ଚଳର ସୁସ୍ଥ ହୋଇଥିବା ବେଳେ ଜଣେ ପୋଖରୀପୁଟ ଅଞ୍ଚଳର ସୁସ୍ଥ ହୋଇଛନ୍ତି । ଶ୍ରୀ ବିହାର ଦୁଇଜଣ ମହିଳା(୩୪ ବର୍ଷ, ୨୬ ବର୍ଷ) ସୁସ୍ଥ ହୋଇଛନ୍ତି । ସେମାନେ ଗୋଟିଏ ପରିବାରର । ପୋଖରୀପୁଟସ୍ଥିତ ଡିଏଭି ସ୍କୁଲ ପାଖ ଅଞ୍ଚଳର ଜଣେ ମହିଳା(୩୫) ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ବିଏମ୍‌ସି ଅଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ ଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି । ତେବେ ତିନି ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.