ଭୁବନେଶ୍ୱରରେ ୧୬ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ ହେଲା

0

ଭୁବନେଶ୍ୱର: ଜୁନ ୧୪: ଭୁବନେଶ୍ୱର ରେ ୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ପାଟିଆ ର ଶ୍ରୀବିହାର ଅଂଚଳର ଜଣେ କରୋନା ସଂକ୍ରମିତ ଙ୍କ ସଂସ୍ପର୍ଶରେ ଆସି ୩ ଜଣ ବ୍ୟକ୍ତି ସଂକ୍ରମିତ ହେଇଛନ୍ତି I ସେମାନଙ୍କ ମଧ୍ୟରେ ୩୧ବର୍ଷୀୟ ପୁରୁଷ, ୬୫ବର୍ଷୀୟ ପୁରୁଷ ଓ ୫୮ବର୍ଷୀୟ ମହିଳା ରହିଛନ୍ତି । ଜୟଦେବ ବିହାର ଅଂଚଳର ଜଣେ ୭୧ ବର୍ଷ ବୟଷ ର ମହିଳା ଏବଂ ୭୨ ବର୍ଷ ବୟଷ ର ପୁରୁଷ କରୋନା ସଂକ୍ରମିତ ହେଇଛନ୍ତି I ଉଭୟ ଆମେରିକା ରୁ ଫେରିଛନ୍ତି I ଶାସ୍ତ୍ରୀ ନଗର, ୟୁନିଟ-୪ ଅଂଚଳରୁ ଗୋଟିଏ ପରିବାରର ୨ ଜଣ ଚିହ୍ନଟ ହେଇଛନ୍ତି I ଜଣେ ୭୫ବର୍ଷୀୟ ମହିଳା ଓ ଅନ୍ୟ ଜଣେ ୪୦ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି ଏବଂ ଉଭୟ କୋଲକାତା ରୁ ଫେରିଛନ୍ତି I
କଳିଙ୍ଗବିହାରରୁ ଜଣେ ୩୪ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ଓ ସେ ଓମାନ୍‌ରୁ ଫେରିଛନ୍ତି ।
ସତ୍ୟନଗର ଓଭର ବ୍ରିଜ୍ ନିକଟରୁ ଜଣେ ୩୩ ବର୍ଷ ବୟଷର ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିଛନ୍ତି I
ନୟାପଲ୍ଲୀ ସବର ସାହିରୁ ଜଣେ ୫୪ ବର୍ଷ ବୟଷର ପରୁଷ ଚିହ୍ନଟ ହୋଇଛନ୍ତି ଏବଂ ସେ ଚେନ୍ନାଇ ରୁ ଫେରିଥିବା ଜଣାପଡିଛି I
ରସୁଲଗଡ଼ ନେତାଜୀବିହାର ରୁ ଜଣେ ୪୭ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ଏବଂ ସେ ଦିଲ୍ଲୀ ଗୁଡଡଗାଁଓରୁ ଫେରିଥିଲେ ।
ଯଦୁପୁର ବେଗୁନିଆ ମସ୍‌ଜିଦ୍ ନିକଟରୁ ଜଣେ ୩୧ ବର୍ଷ ବୟଷର ପୁରୁଷ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିଥିଲେ ।
ୟୁନିଟ୍‌-୩ ମସ୍‌ଜିଦ୍ କଲୋନୀରୁ ଜଣେ ୬୦ବର୍ଷ ବୟଷ ର ମହିଳା ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କର ଜଣେ ସମ୍ପର୍କୀୟ ନିକଟରେ କୋଲକତାରୁ ଫେରିଛନ୍ତି ।
ପଳାଶୁଣି କପିଳେଶ୍ୱର ବିହାର ରୁ ଜଣେ ୨୫ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ଏବଂ ସେ ନିକଟରେ ଭଦ୍ରକରୁ ଯାଇ ପେରିଥିଲେ ।
ଆଉ ଜଣେ ୩୨ ବର୍ଷ ବୟଷର ପୁରୁଷ କରୋନା ସଂକ୍ରମିତ ହେଇଛନ୍ତି ଏବଂ ସେ ଗୋଟିଏ ଘରୋଇ ହସ୍ପିଟାଲ ର ସର୍ଭିସ ପ୍ରୋଭାଇଡର ଅଟନ୍ତି I
୧୬ ଜଣଙ୍କ ମଧ୍ୟରୁ ୧୪ ଜଣ ହୋମ Quarantine ରେ ଥିଲେ I ୨ ଜଣ ସ୍ଥାନୀୟ contact I
ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ମୋଟ ୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳ ୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୫୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.