ଭୁବନେଶ୍ୱରରେ ପୁଣି ୯୦ କରୋନା ପଜିଟିଭ, ୨୭ ଲୋକାଲ

0

ଭୁବନେଶ୍ୱର : ଜୁଲାଇ ୧୫:ରାଜଧାନୀ ଭୁବନେଶ୍ୱରରେ ଗ୍ରାସୁଛି କରୋନା । ବୁଧବାର ଭୁବନେଶ୍ୱରରେ ୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୬୩ କ ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୭ ଲୋକାଲ କେସ୍‌ ରହିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ କେବଳ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି । ସେଥିରୁ ୩୮୫ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କର ଜୀବନ ନେଇଛି କରୋନା । ଆଉ ୪୬୨ ଆକ୍ରାନ୍ତ ଏବେ ଭିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.