ଭୁବନେଶ୍ୱରରେ ପୁଣି ୫ ନୂଆ ପଜିଟିଭ୍‌: ୨ ପଜିଟିଭ୍‌ ସ୍ଥାନୀୟ ଅଞ୍ଚଳର

0

ଭୁବନେଶ୍ୱର : ଜୁନ ୧୬:ଭୁବନେଶ୍ୱରରୁ ପୁଣି ୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ପଜେଟିଭ୍‌ ସ୍ଥାନୀୟ ଅଞ୍ଚଳର ହୋଇଥିଲାବେଳେ ୩ଜଣ ସଙ୍ଗରୋଧ କେନ୍ଦ୍ର ବୋଲି ସୂଚନା ଦେଇଛି ବିଏମ୍‌ସି । ଘରୋଇ ସଙ୍ଗରୋଧରେ ଥିବା ୩ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ସତ୍ୟନଗର ଅଞ୍ଚଳର ୩୬ ବର୍ଷୀୟ ଯୁବକ ଏବଂ ସେ ଦିଲ୍ଲୀ ଫେରନ୍ତା । ଅନ୍ୟଜଣେ ଆକ୍ରାନ୍ତ ନିରଙ୍କରୀନଗର ଅଞ୍ଚଳର । ତାଙ୍କ ବୟସ ୨୨ ବର୍ଷ । ଆକ୍ରାନ୍ତ ଯୁବକ ଜଣଙ୍କ ଜଣେ ଆଇ.ଟି ବିଶେଷଜ୍ଞ । ସେ ଦିଲ୍ଲୀରୁ ଫେରିଥିଲେ । ତୃତୀୟ ଆକ୍ରାନ୍ତ ପଟିଆ ଶ୍ରୀ ବିହାର ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବତୀ । ସେ ପୂର୍ବ ଆକ୍ରାନ୍ତଙ୍କ ସମର୍କୀୟ ବୋଲି ସୂଚନା ମିଳିଛି । ସେହିପରି ୨ ଜଣ ଲୋକାଲ କେସ୍‌ ମଧ୍ୟରୁ ଜଣେ ଡୁମୁଡୁମା ଏଚ୍‌ବି କଲୋନୀର ୩୭ ବର୍ଷୀୟ ଯୁବକ । ସେ ମଧ୍ୟ ପୂର୍ବ ଆକ୍ରାନ୍ତଙ୍କ ସସ୍ପର୍ଶରେ ଆସିଥିବା କୁହାଯାଉଛି । ଦ୍ୱିତୀୟ ଆକ୍ରାନ୍ତ ଜଣକ ଜଣେ ମେଡିକାଲ ଅଫିସର ।

Leave A Reply

Your email address will not be published.