ଭୁବନେଶ୍ୱରରେ ପହଞ୍ଚିଲେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ

ଭୁବନେଶ୍ୱର:ଅଗଷ୍ଟ ୧୭ : ଟୋକିଓ ଅଲମ୍ପିକ୍ସ ୨୦୨୧ରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳ ଏବଂ ପ୍ରଥମ ଥର ସେମିଫାଇନାଲ ରାଉଣ୍ଡକୁ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳକୁ ସମ୍ବର୍ଦ୍ଧନା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିଥିଲେ । ଆଜି ସକାଳ ପ୍ରାୟ ୧୧ଟା ସମୟରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଜୟଦେବ ବିହାର ସ୍ଥିତ ସାଣ୍ଡିସ୍‌ ଟାୱାର ହେଟେଲଠାରେ ସେମାନଙ୍କର ରହଣି ବ୍ୟବସ୍ଥା କରାଯାଇଛି । ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସମୟରେ ଉଭୟ ପୁରୁଷ ଓ ମହିଳା ଦଳର ସାମ୍ବାଦିକ ସାକ୍ଷାତକାର କାର୍ଯ୍ୟକ୍ରମ ରହିଛି । ଏହାପରେ ସନ୍ଧ୍ୟା ୬.୩୦ ସମୟରେ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.