ଭୁବନେଶ୍ୱରରେ କରୋନା, ଆଉ ୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଜୁନ ୧୦:ଭୁବନେଶ୍ୱରରେ ଆଜି ଆଉ ୬ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବିଏମ୍‌ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଏମ୍ସ ହସ୍ପିଟାଲର ୪ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି । ବିଏମସି ତଥ୍ୟ ଅନୁସାରେ, ଏମ୍ସର ଜଣେ ୩୭ ବର୍ଷିୟ ଓ ଅନ୍ୟ ଜଣେ ୩୦ ବର୍ଷିୟ ପୁରୁଷ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ୩୧ ବର୍ଷୀୟ ମହିଳା କର୍ମଚାରୀ ଓ ଅନ୍ୟ ଜଣେ ୨୪ ବର୍ଷୀୟ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହାସହ ଆପୋଲୋ ହସ୍ପିଟାଲରୁ ଜଣେ ୩୮ ବର୍ଷିୟ ପୁରୁଷ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ପୋଖରୀପୁଟ ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ ଜଣେ ୩୫ ବର୍ଷିୟ ଯୁବକ । ସେ ଡିଏଭି ସ୍କୁଲ ନିକଟରେ ରହନ୍ତି । ଯୁବକ ଜଣକ ନିକଟରେ କନ୍ଧମାଳରୁ ଫେରିଥିଲେ । ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକଫ୍‌ ଟ୍ରେସିଂ ଜାରି ରହିବା ସହିତ ଏମାନଙ୍କୁ ସଙ୍ଗରୋଧରେ ରଖାଯାଇଛି ।

Comments are closed.