ଭୁବନେଶ୍ୱରରୁ ଚିହ୍ନଟ ହେଲେ ୫ କରୋନା ସଂକ୍ରମିତ

0

ଭୁବନେଶ୍ୱର :ଜୁନ ୧୫: ରାଜ୍ୟରେ କାରୋନା ଆକ୍ରାନ୍ତ ସଂଖ୍ୟା ପ୍ରାୟ ପ୍ରତିଦିନ ବଢ଼ିଚାଲିଛି । ଏହି ପରିପ୍ରେକ୍ଷୀରେ ସୋମବାର ଭୁବନେଶ୍ୱରରୁ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍‌ କ ୍ୱାରେଣ୍ଟିନରେ ଥିଲେ । ଅନ୍ୟ ୨ଟି ଲୋକାଲ କେସ୍‌ ରହିଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି । ତଥ୍ୟ ଅନୁସାରେ ଚିନ୍ତାମଣିଶ୍ୱର, ପଟିଆ ଓ କୋଳଥିଆର ୩ ଜଣ ହୋମ୍‌ କ ୍ୱାରେଣ୍ଟିନରେ ଥିଲେ । ଲୋକାଲ କେସ୍‌ ହୋଇଥିବା ୨ ଜଣ ମହିଳା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନୟାପଲ୍ଲୀ ବେହେରା ସାହିର ୩୭ ବର୍ଷୀୟ ମହିଳା । ଅନ୍ୟ ଜଣେ ଏକ ଘରୋଇ ହସ୍ପିଟାଲର ୨୮ ବର୍ଷୀୟା ମହିଳା କର୍ମଚାରୀ । ସେହିପରି ହୋମ୍‌ କ ୍ୱାରେଣ୍ଟାଇନ୍‌ରେ ଥିବା ୩ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଯୁବତୀ ଅଛନ୍ତି । ସେ ଖଣ୍ଡଗିରି କୋଳଥିଆ ଅଞ୍ଚଳର । ଆଉ ୨ ପୁରୁଷ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଚିନ୍ତାମଣିଶ୍ୱର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ପଟିଆ ଅଞ୍ଚଳର ।

Leave A Reply

Your email address will not be published.